Odisha News

କାର ଉଦ୍ୟୋଗରେ ବି ପଡିଲା କରୋନା ଭାଇରସର ପ୍ରଭାବ

ଗୋଟେ ପକ୍ଷରେ ଏସିଆର ସବୁଠୁ ବଡ ମୋଟର ସୋ’ ‘ଅଟୋ ଏକ୍ସପୋ ୨୦୨୦’ର ଭବ୍ୟ ଆୟୋଜନ ହେଉଥିବା ବେଳେ ଅନ୍ୟ ପକ୍ଷରେ ଚୀନରେ ଆରମ୍ଭ ହୋଇଥିବା ଭୟଙ୍କର କରୋନା ଭାଇରସର ପ୍ରଭାବ ଅଟୋ ଇଣ୍ଡଷ୍ଟ୍ରି ଉପରେ ବି ପଡିଛି । ଭାଇରସର ଆକ୍ରମଣ ଭୟରେ ଚୀନ ଯାନବାହାନ ଉଦ୍ୟୋଗରେ ଗଭୀର କ୍ଷତି ହୋଇଥିବା ବେଳେ ଏହା କାରଣରୁ ଭାରତୀୟ ବଜାରରେ ବି ମାନ୍ଦାବସ୍ଥା ଲାଗିରହିଛି । ‘ବାହନ ନିର୍ମାତା ସଂଗଠନ’ ଏବାବଦରେ ସୋମବାର ହିଁ ସୂଚନା ଦେଇଛନ୍ତି । ସଂଗଠନ ତରଫରୁ ଆହୁରି ମଧ୍ୟ କୁହାଯାଇଛିକି ବର୍ତ୍ତମାନ ସମୟରେ ନିଜ ସଦସ୍ୟ ରାଷ୍ଟ୍ର ମାନଙ୍କ ଠାରୁ ତଥ୍ୟ ସଂଗ୍ରହ କରାଯାଉଛି । ଏସବୁର ବିସ୍ଲେଶଣ କରାଯାଇ ହିଁ ଏବାବଦରେ ପଦକ୍ଷେପ ନିଆଯିବ ।

corona

‘ବାହନ ନିର୍ମାତା ସଂଗଠନ’ର ମହାନିର୍ଦ୍ଦେଶକ ରାଜେଶ ମେନନ କହିଛନ୍ତିକି, ଏବେକା ସମୟରେ ଏସମ୍ବନ୍ଧରେ ତରବରିଆ ଭାବେ କୌଣସି ବି ନିଷ୍ପତି ନେବା ଉଚିତ ହେବ ନାହିଁ । ମେନନ ଆହୁରି ମଧ୍ୟ କହିଛନ୍ତି କି ପୂର୍ବରୁ କରୋନା ଭାଇରସର ପ୍ରଭାବ ନେଇ ପୂର୍ବରୁ ପ୍ରଶ୍ନ କରାଯାଇଥିଲା । ମେନନ ଆହୁରି ମଧ୍ୟ କହିଛନ୍ତିକି, ଏସମସ୍ୟା ଆହୁରି କେତେ ଦିନ ରହିବ ଏବାବଦରେ ଆଉ ତିନି ଚାରି ଦିନ ଭିତରେ ହିଁ ଜଣାପଡିଯିବ । ଏବାବଦରେ ଯେବେ ମାରୁତି ସୁଜୁକି ସିଇଓ କେନିଚିବିଙ୍କୁ ପଚରା ଯିବାରୁ ସେ କହିଛନ୍ତିକି ଏବେକା ପରିସ୍ଥିତି ବିଷୟରେ କାହାକୁ କିଛି ବି ଜଣାନାହିଁ ।

କିଛି ବିଶେଷ ରିପୋର୍ଟ ଅନୁଯାୟୀ ଏକାରଣରୁ କିଛି କାର ନିର୍ମାଣକାରୀ କମ୍ପାନୀ ବନ୍ଦ ହୋଇଯାଇପାରେ । କହିରଖିବା ଉଚିତ ହେବ କି ଏହି ଭୟଙ୍କର ଭାଇରସ ଦାଉରେ ଏଯାବତ ପ୍ରାୟ ୧୦୦୦ ରୁ ଉର୍ଦ୍ଧ୍ବ ଲୋକଙ୍କର ମୃତ୍ୟୁ ହୋଇସାରିଲାଣି । ଯେବେକି ୪,୦୦୦ ରୁ ଉର୍ଦ୍ଦ୍ୱଙ୍କର ମୃତ୍ୟୁ ହୋଇସାରିଲାଣି ।

Loading...

Leave A Reply

Your email address will not be published.