ନୂଆଦିଲ୍ଲୀ : ଦେଶରେ ଗତ ବର୍ଷେ ଧରି କରୋନା ଭାଇରସର ପ୍ରକୋପ ଜାରି ରହିଛି। କିଛି ଦିନ ଲୋକଙ୍କୁ ସାମାନ୍ୟ ଆସ୍ୱସ୍ତି ମିଳିଥିବାବେଳେ ଏବେ ପୁଣି ଥରେ କରୋନାର ନୂଆ ସଂକ୍ରମଣ ମୁଣ୍ଡବ୍ୟଥାର କାରଣ ସାଜିଲାଣି। ଗତ କିଛି ଦିନ ଧରି କରୋନାର ଦୈନିକ ମାମଲା ବଢ଼ି ବଢ଼ି ଚାଲିଛି। ଦେଶରେ ଗତ ୨୪ ଘଣ୍ଟାରେ କରୋନାର ୧୬, ୪୮୮ ନୂଆ ମାମଲା ସାମ୍ନାକୁ ଆସିଛି। ସେହିପରି ୧୧୩ ଜଣଙ୍କର ଜୀବନ ଯାଇଛି।
ଦେଶର ମୋଟ ସଂକ୍ରମଣ ମାମଲା ୧,୫୬,୯୩୮ରେ ପହଁଚିଛି। ତେବେ କରୋନାର ନୂଆ ଷ୍ଟ୍ରେନ ସହ ମୁକାବିଲା କରିବା ପାଇଁ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ଅନେକ ପଦକ୍ଷେପ ଉଠାଉଛନ୍ତି।
Related Posts