ଆଜି ରାଜ୍ଯରେ ପୁଣି ୧୦ ମୁଣ୍ଡ ନେଲା କରୋନା, କେବଳ ଗଞ୍ଜାମରୁ ୬ମୃତ

ଭୁବନେଶ୍ବର: ଆଜି ରାଜ୍ଯରେ ପୁଣି କରୋନା ନେଲା ଆଉ ୧୦ ଜଣଙ୍କ ମୁଣ୍ଡ। ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ମୃତ୍ୟୁସଂଖ୍ୟା ୧୪୦କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏମାନଙ୍କ ଭିତରୁ ଗଞ୍ଜାମରୁ ୬, ଖୋର୍ଦ୍ଧାରୁ ୨ ଏବଂ ସୁନ୍ଦରଗଡରୁ ଜଣେ ଓ, ଗଜପତିରୁ ଜଣଙ୍କର ଜୀବନ ନେଇଛି ମହାମାରୀ ।

ଗଞ୍ଜାମରୁ ୬ ମୃତକଙ୍କ ଭିତରେ ଜଣେ ୬୩ ବର୍ଷିୟ ପୁରୁଷ, ଜଣେ ୫୫ବର୍ଷିୟ ପୁରୁଷ, ୬୦ ବର୍ଷ ବର୍ଷିୟ ଦୁଇ ଜଣ ପୁରୁଷ,୬୪ବର୍ଷିୟ ପୁରୁଷ,ଏବଂ ଜଣେ ୫୧ ବର୍ଷିୟା ମହିଳା ରହିଛନ୍ତି ।

ସେହିପରି  ଖୋର୍ଦ୍ଧା ଜିଲ୍ଲାର ୨ ମୃତକଙ୍କ ଭିତରେ ଖୋର୍ଦ୍ଧାରୁ ଜଣେ ୩୫ ବର୍ଷିୟ ପୁରୁଷ ଥିବାବେଳେ, ଭୁବନେଶ୍ବରରରୁ ଜଣେ ୫୮ ବର୍ଷିୟା ମହିଳା ରହିଛନ୍ତି।

ଏହାସହିତ ଗଜପତିରୁ ଜଣେ ୬୩ବର୍ଷିୟ ପୁରୁଷ ପ୍ରାଣ କହରାଇଥିବାବେଳେ, ସୁନ୍ଦରଗଡରୁ ଜଣେ ୬୯ ବର୍ଷିୟ ପୁରୁଷ କରୋନାରେ ଜୀବନ ହାରିଛନ୍ତି ।

ଏହାସହିତ ଗଞ୍ଜାମ ଜିଲ୍ଲାର ୨୩ ବର୍ଷିୟା କୋଭିଡ ପଜିଟିଭ ମହିଳାଙ୍କ ମୃତ୍ୟୁ ହୋଇଛି । ସେ ଗର୍ଭବତୀ ଥିବା ସହିତ ଏକ୍ଲାମପ୍ସିଆ କାରଣରୁ ମୃତ୍ୟୁବରଣ କରିଥିବା କୁହାଯାଇଛି ହୋଇଛି।

Leave A Reply

Your email address will not be published.