ଆଜି ରାଜ୍ଯରେ ପୁଣି କରୋନା ନେଲା ଆଉ ୧୦ ଜୀବନ, ମୋଟ ମୃତ୍ୟୁସଂଖ୍ୟା ୨୩୫କୁ ବୃଦ୍ଧି

ଭୁବନେଶ୍ବର : ଆଜି ରାଜ୍ଯରେ ପୁଣି କରୋନା ନେଲା ଆଉ ୧୦ ଜଣଙ୍କ ମୁଣ୍ଡ। ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ମୃତ୍ୟୁସଂଖ୍ୟା ୨୩୫କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏମାନଙ୍କ ଭିତରୁ ଗଞ୍ଜାମରୁ ୩ ଜଣଙ୍କର ମୃତ୍ଯୁ ହୋଇଥିବାବେଳେ, ଏଠାରେ ସମୁଦାୟ ମୃତ୍ୟୁସଂଖ୍ୟା ୧୨୦କୁ ବୃଦ୍ଧି ପାଇଛି । ଏହାବ୍ଯତିତ ସୁନ୍ଦରଗଡରୁ ୨, କନ୍ଧମାଳରୁ ୧, ଭଦ୍ରକରୁ ୧, ନୟାଗଡରୁ ୧, କେନ୍ଦୁଝର ୧ ଏବଂ ନବରଙ୍ଗପୁରରୁ ଜଣେ କରୋନା ରୋଗୀ ମୃତ୍ଯୁବରଣ କରିଥିବା ଜଣାପଡିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.