ପୁଣି ରାଜ୍ଯରେ ୧୦୨ ନୂଆ କରୋନା ପଜିଟିଭ୍ ଚିହ୍ନଟ, ମୋଟ ସଂକ୍ରମିତଙ୍କ ସଂଖ୍ୟା ୯୭୮କୁ ବୃଦ୍ଧି

ଭୁବନେଶ୍ବର: ପୁଣି ରାଜ୍ଯରେ ୧୦୨ ନୂଆ କରୋନା ପଜିଟିଭ୍ ଚିହ୍ନଟ । ଏମାନଙ୍କ ଭିତରୁ ଯାଜପୁରରୁ ୩୧,ଜଗତସିଂପୁରରୁ ୨୩, ଭଦ୍ରକରୁ ୨୧,କେନ୍ଦ୍ରାପଡାରୁ ୮,ଖୋଦ୍ଧାରୁ ୪,ଅନୁଗୁଳରୁ ୨,ବାଲେଶ୍ବରରୁ ୨,ସମ୍ବଲପୁରରୁ ୨,କଟକ ୪,ପୁରୀ ୪ ଏବଂ ନୟାଗଡ଼ରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏକା ସାଙ୍ଗରେ ଏତେ ମାତ୍ରାରେ ପଜିଟିଭ୍ ଚିହ୍ନଟ ହେବା ରାଜ୍ଯରେ ପ୍ରଥମ । ତେବେ ଏହାକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୯୭୮କୁ ବୃଦ୍ଧି ପାଇଛି।

coronavirusସେପଟେ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ଏକ ଲକ୍ଷ ପାର କରିଛି । ଗତ ୨୪ ଘଣ୍ଟାରେ ୪୯୭୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୩୪ ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୩ ଲକ୍ଷ ପାର କରିଥିବାବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୪୮ ଲକ୍ଷରୁ ଅଧିକ ହେଲାଣି ।

 

Leave A Reply

Your email address will not be published.