ରାଜ୍ୟରେ ଗତ ୨୪ ଘଣ୍ଟାରେ ବାହାରିଲେ ୧୦ହଜାର ୩୨୧ ପଜିଟିଭ୍

ଭୁବନେଶ୍ୱର (କେନ୍ୟୁଜ) : ରାଜ୍ୟରେ ଆଜି ସାମାନ୍ୟ କମିଛି କରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ଆଉ ୧୦ହଜାର ୩୨୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ଏହି ସଂଖ୍ୟା ଥିଲା ୧୦ହଜାର ୭୫୭ । ଗୋଟିଏ ଦିନ ପରେ ଖୋର୍ଦ୍ଧାରେ ପୁଣି ବଢିଛି ଆକ୍ରାନ୍ତଙ୍କ ସଂଖ୍ୟା । ଗତକାଲି ୯୦୯ ଜଣ ପଜିଟିଭ୍‌ ବାହାରିଥିବାବେଳେ ଆଜି ୧୫୬୬ ନୂଆ କେସ୍‌ ରହିଛି। ଅର୍ଥାତ୍‌ ୬୫୭ ନୂଆ ପଜିଟିଭ୍‌ ବାହାରିଛନ୍ତି। ଦ୍ୱିତୀୟ ଆକ୍ରାନ୍ତ ଜିଲ୍ଲା ଭାବେ ସୁନ୍ଦରଗଡ଼ ଜିଲ୍ଲାରୁ ୮୧୯ ନୂଆ କେସ୍‌ ରହିଛି। କଟକରେ ଗତକାଲି ଅପେକ୍ଷା ଦୈନିକ ସଂକ୍ରମଣ ୨୪୨ କମିଛି। କାଲି ୯୭୩ ପଜିଟିଭ୍‌ ବାହାରିଥିବାବେଳେ ଆଜି ୭୩୧ ରହିଛି। ସେହିଭଳି କଳାହାଣ୍ଡିରୁ ୫୯୯ ଓ ପୁରୀରୁ ୪୭୨ ପଜିଟିଭ୍‌ ବାହାରିଛନ୍ତି। ୫୬ହଜାର ୬୮୪ ଟେଷ୍ଟିଂ ମଧ୍ୟରୁ ୧୦ହଜାର ୩୨୧ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି।


ଆଜି ପଜିଟିଭ୍‌ ହାର ରହିଛି ୧୮.୨୦ ପ୍ରତିଶତ। ଗତକାଲି ପଜିଟିଭିଟି ହାର ଥିଲା ୧୮.୪୦ ପ୍ରତିଶତ। ସଂକ୍ରମଣରେ ଟପ୍‌ ୫ରେ ରହିଛି ଖୋର୍ଦ୍ଧା, ସୁନ୍ଦରଗଡ଼, କଟକ, କଳାହାଣ୍ଡି, ପୁରୀ। ଆଜି ଆଉ ୨୨ ଆକ୍ରାନ୍ତଙ୍କ ଜୀବନ ନେଇଛି ଭାଇରସ୍‌ । ରାଜ୍ୟରେ ମୋଟ ଆକ୍‌ଟିଭ୍‌ କେସ୍‌ ରହିଛି ୧ଲକ୍ଷ ୪ହଜାର ୫୩୯।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.