ରାଜ୍ଯରେ କରୋନା ମୃତ୍ୟୁ ସଂଖ୍ଯା ୧୦ରେ ପହଁଚିଲା, ଭୁବନେଶ୍ବରରେ ଜଣେ ୩୮ବର୍ଷିୟା ମହିଳାଙ୍କର ପ୍ରାଣ ନେଲା ମହାମାରୀ

ଭୁବନେଶ୍ବର: ରାଜ୍ଯରେ ଦୁଇ ଅଙ୍କ ଛୁଇଁଲା କରୋନା ମୃତ୍ୟୁ ସଂଖ୍ଯା । ଭୁବନେଶ୍ବରରେ ଜଣେ ୩୮ବର୍ଷିୟା ମହିଳାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଏହାକୁ ମିଶାଇ ରାଜ୍ଯରେ କରୋନା ମୃତ୍ୟୁ ସଂଖ୍ଯା ୧୦ରେ ପହଁଚିଛି। ତେବେ ସୂଚନା ଥାଉକି, ମହିଳା ଜଣଙ୍କ ସୋରିୟାସିସ୍ ପାଇଁ ଦୀର୍ଘ ଦିନ ଧରି ଚିକିତ୍ସିତ ହେଉଥିଲେ । ତାଙ୍କର କରୋନା ରିପୋର୍ଟ ପଜିଟିଭ୍ ଥିବା ସହ ମଲ୍ଟି ଅର୍ଗାନ୍ ବିଫଳତା ଏବଂ ସେପ୍ଟିକ୍ ଶକ୍ ଫଳରେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ରାଜ୍ଯ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।

WhatsApp Image 2020-06-11 at 11.17.42 AM

 

ଅପରପକ୍ଷେ, ରାଜ୍ଯରେ ଆଜି ପୁଣି ୧୩୬ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ଯା ୩୩୮୬କୁ ବୃଦ୍ଧି ପାଇଛି । ଏନେଇ ରାଜ୍ଯ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.