କରୋନା ଭାଇରସ

ରାଜ୍ଯରେ ଆଜି ୧୩୩୭ ପଜିଟିଭ୍ ଚିହ୍ନଟ, ମୋଟ ସଂକ୍ରମିତଙ୍କ ସଂଖ୍ଯା ୩୯,୦୧୮କୁ ବୃଦ୍ଧି

ଭୁବନେଶ୍ବର: ରାଜ୍ଯରେ ଆଜି ୧୩୩୭ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରୁ ୮୧୫ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ଏବଂ ଲୋକାଲ କେସ୍ ରୁ ୫୨୨ ଜଣ ଚିହ୍ନଟ ହୋଇଥିବାନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସମୁଦାୟ ୨୮ଟି ଜିଲ୍ଲାରୁ ଏହି ସମସ୍ତ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ଏହାକୁ ମିଶାଇ ମୋଟ ପଜିଟିଭଙ୍କ ସଂଖ୍ଯା ୩୯,୦୧୮ରେ ପହଁଚିଛି । ଏମାନଙ୍କ ୨୪,୪୮୨ ସୁସ୍ଥ ହୋଇସାରିଥିବାବେଳେ, ବିଭିନ୍ନ କୋଭିଡ୍ ହସ୍ପିଟାଲରେ ୧୪,୨୬୭ ଜଣ ଚିକିତ୍ସିତ ହେଉଛନ୍ତି । ତେବେ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୨୦୧ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।


ସେହିପରି ଅନୁଗୁଳରୁ ୪,ବାଲେଶ୍ବରରୁ ୩୧,ବରଗଡରୁ ୧୪, ଭଦ୍ରକରୁ ୨୨, ବଲାଙ୍ଗିରରୁ ୧୧, ବୌଦ୍ଧରୁ ୧, କଟକରୁ ୧୬୮,ଢେଙ୍କାନାଳରୁ ୫, ଗଜପତିରୁ ୭୫, ଜଗତସିଂହପୁରରୁ ୨୧, ଯାଜପୁରରୁ ୨୪, ଝାରସୁଜୁଡା ୧୦, କଳାହାଣ୍ଡିରୁ ୧୩, କନ୍ଧମାଳରୁ ୨୦, କେନ୍ଦ୍ରାପଡାରୁ ୩୭, କେନ୍ଦୁଝରରୁ ୮୦, ଖୋର୍ଦ୍ଧାରୁ ୧୯୬, କୋରାପୁଟରୁ ୩୧, ମାଲକାନଗିରିରୁ ୩୮ ଏବଂ ମୟୁରଭଞ୍ଜରୁ ୫ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

Sonalisa

Recent Posts

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

6 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

6 mins ago

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

24 mins ago

ଲୋକସଭାରେ ରାହୁଲ ଗାନ୍ଧି ହେବେ ବିରୋଧୀ ନେତା, INDIA ବ୍ଲକ ବୈଠକରେ ନିଷ୍ପତ୍ତି

ଲୋକସଭାରେ ବିରୋଧୀ ନେତା ହେବେ ରାହୁଲ ଗାନ୍ଧି । ଇଣ୍ଡିଆ ବ୍ଲକ୍‌ ଏହା ଉପରେ ମୋହର ମାରିଛି । କଂଗ୍ରେସର…

24 mins ago

ପୁଣି ଲୋକସଭା ବାଚସ୍ପତି ହେଲେ ଓମ୍‌ ବିର୍ଲା, ବାଚ୍‌ନିକ ଭୋଟରେ ହେଲେ ବିଜୟୀ

ପୁଣି ଲୋକସଭାର ବାଚସ୍ପତି ଭାବେ ନିର୍ବାଚିତ ହେଲେ ଓମ୍‌ ବିର୍ଲା । ବାଚ୍‌ନିକ ଭୋଟରେ ନିର୍ବାଚିତ ହେଲେ ଓମ୍‌ ବିର୍ଲା…

28 mins ago

ଆମେରିକା : ଲାସ୍‌ ଭେଗାସ ଆପାର୍ଟମେଣ୍ଟରେ ଗୁଳିମାଡ଼, ୫ ମୃତ

ଆମେରିକାର ଲାସ୍ ଭେଗାସ୍ ସହରରେ ଥିବା ଏକ ଆପାର୍ଟମେଣ୍ଟ ପରିସରରେ ଆଖିବୁଜା ଗୁଳିମାଡ କଲା ଦୁର୍ବୃତ୍ତ । ଗୁଳିକାଣ୍ଡରେ ୫…

51 mins ago