ରାଜ୍ଯରେ ଆଉ ୧୩୬ ନୂଆ କରୋନା ପଜିଟିଭ୍ ଚିହ୍ନଟ, ମୋଟ୍ ଆକ୍ରାନ୍ତଙ୍କ ସଂଖ୍ଯା ୩୩୮୬କୁ ବୃଦ୍ଧି

ଭୁବନେଶ୍ବର: ରାଜ୍ଯରେ ଆଉ ୧୩୬ ନୂଆ କରୋନା ପଜିଟିଭ୍ ଚିହ୍ନଟ। ଏହାକୁ ମିଶାଇ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ଯା ୩୩୮୬କୁ ବୃଦ୍ଧି ପାଇଛି । ଏମାନଙ୍କ ଭିତରେ ୧୩୪ ଜଣ କ୍ବାରେଣ୍ଟାଇନରେ ଥିବାବେଳେ ୨ଜଣ ସ୍ଥାନୀୟ ବାସିନ୍ଦା । ଏନେଇ ରାଜ୍ଯ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ଏହି ନୂଆ ଆକ୍ରାନ୍ତଙ୍କ ଭିତରେ କେନ୍ଦୁଝରରୁ-୮, ଝାରସୁଗୁଡାରୁ-୪, ଖୋର୍ଦ୍ଧାରୁ-୧୭, ଢେଙ୍କାନାଳରୁ-୩, କଟକରୁ-୭, କେନ୍ଦ୍ରାପଡାରୁ-୧, ନୂଆପଡାରୁ-୨, ଗଜପତିରୁ-୭, କନ୍ଧମାଳରୁ-୧୫, କଳାହାଣ୍ଡିରୁ-୨, ଗଞ୍ଜାମରୁ-୩, ପୁରୀରୁ-୩, ମୟୂରଭଞ୍ଜରୁ-୯ ଓ ସମ୍ବଲପୁର-୧ ଚିହ୍ନଟ ହୋଇଛନ୍ତି । ଏହାସହ ଓଡ୍ରାଫ୍,ଏନଡିଆରଏଫ୍ ଏବଂ ଅଗ୍ନିଶମ ବିଭାଗରୁ ୫୪ ଜଣ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.