ରାଜ୍ଯରେ ଆଜି ୧୩୮୪ ପଜିଟିଭ୍ ଚିହ୍ନଟ: ୮୭୩ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ଏବଂ ଲୋକାଲ କେସ୍ ରୁ ୫୧୧ ଜଣ ସଂକ୍ରମିତ

ଭୁବନେଶ୍ବର: ରାଜ୍ଯରେ ଆଜି ୧୩୮୪ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରୁ ୮୭୩ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ଏବଂ ଲୋକାଲ କେସ୍ ରୁ ୫୧୧ ଜଣ ଚିହ୍ନଟ ହୋଇଥିବାନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସମୁଦାୟ ୨୬ଟି ଜିଲ୍ଲାରୁ ଏହି ସମସ୍ତ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ମୋଟ ପଜିଟିଭଙ୍କ ସଂଖ୍ଯା ୩୬,୨୯୭ ରେ ପହଁଚିଛି । ଏମାନଙ୍କ  ୨୧,୯୫୪ ସୁସ୍ଥ ହୋଇସାରିଥିବାବେଳେ, ବିଭିନ୍ନ କୋଭିଡ୍ ହସ୍ପିଟାଲରେ ୧୪,୦୯୫ ଜଣ ଚିକିତ୍ସିତ ହେଉଛନ୍ତି । ତେବେ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୩୩୧ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ସେହିପରି ଅନୁଗୁଳରୁ ୧୩,ବାଲେଶ୍ବରରୁ ୭୯,ବରଗଡରୁ ୩୩, ଭଦ୍ରକରୁ ୨୫, ବଲାଙ୍ଗିରରୁ ୫୧,କଟକରୁ ୮୯,ଢେଙ୍କାନାଳରୁ ୧୧, ଗଜପତିରୁ ୬୧, ଜଗତସିଂହପୁରରୁ ୨୨, ଯାଜପୁରରୁ ୧୮, ଝାରସୁଜୁଡା ୭, କଳାହାଣ୍ଡିରୁ ୪, କେନ୍ଦ୍ରାପଡାରୁ ୧୧, ଖୋର୍ଦ୍ଧାରୁ ୨୧୧, କୋରାପୁଟରୁ ୭୯, ମାଲକାନଗିରିରୁ ୩୯ ଏବଂ ମୟୁରଭଞ୍ଜରୁ ୨୯, ନବରଙ୍ଗପୁରରୁ ୨୬,ନୟାଗଡରୁ ୨୨ ଓ ନୂଆପଡାରୁ ୫ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.