ଆଜିଠୁ ଲକଡାଉନ୍‌: ରାଜ୍ୟରେ ୧୪ ଦିନିଆ ତାଲାବନ୍ଦ, କରୋନା ସଂକ୍ରମଣରେ ବ୍ରେକ୍‌ ଦେବାକୁ ସରକାରଙ୍କ ନିଷ୍ପତ୍ତି

ଭୁବନେଶ୍ବର: ଆଜିଠୁ ଲକଡାଉନ୍‌ । ରାଜ୍ୟରେ ୧୪ ଦିନିଆ ତାଲାବନ୍ଦ । କରୋନାର ଦ୍ରୁତ ସଂକ୍ରମଣରେ ବ୍ରେକ୍‌ ଦେବାକୁ ଏଭଳି ନିଷ୍ପତ୍ତି ନେଇଛନ୍ତି ସରକାର । ହେଲେ ଜରୁରୀ ସେବାକୁ ବାଦ ଦିଆଯାଇଛି । ଲୋକଙ୍କ ସୁବିଧା ପାଇଁ ପ୍ରତିଦିନ ସକାଳ ୬ଟାରୁ ଦିନ ୧୨ଟା ଯାଏ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରହିବ ।

ଜରୁରୀ କାମ ନଥିଲେ ଘରୁ ନବାହାରିବାକୁ ନିର୍ଦ୍ଦେଶ ଦିଆଯାଇଛି । ବିଭିନ୍ନ ସ୍ଥାନରେ ନାକାବନ୍ଦୀ କରାଯାଇ ଚେକିଂକୁ କଡାକଡି କରାଯାଇଛି। ଲୋକମାନେ ଚାଲି ଚାଲି ଯାଇ ପନିପରିବା ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ କିଣୁଛନ୍ତି। ଗାଡି ଚଳାଚଳ ବନ୍ଦ ରଖାଯାଇଛି। ଆସନ୍ତା ୧୯ ତାରିଖ ଯାଏ ବଳବତ୍ତର ରହିବ ଲକ୍‌ଡାଉନ୍‌ କଟକଣା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.