ଆଜି ରାଜ୍ୟରେ ୧୪୭୦ ନୂଆ ସଂକ୍ରମିତ ଚିହ୍ନଟ, ଗଲା ଆଉ ୧୨ଜଣଙ୍କ ଜୀବନ

ଭୁବନେଶ୍ବର: ଆଜି ରାଜ୍ଯରେ ଚିହ୍ନଟ ହେଲେ ୧୪୭୦ ନୂଆ ସଂକ୍ରମିତ । ଏମାନଙ୍କ ଭିତରୁ କ୍ବାରେଣ୍ଟାଇନରୁ ୮୫୩ ଓ ଲୋକାଲ୍ କେସରୁ ୬୧୭ ଜଣ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨,୯୦,୧୧୬ ପହଞ୍ଚିଥିବା ବେଳେ ସେମାନଙ୍କ ମଧ୍ୟରୁ ୨୭୩୮୩୮ ସୁସ୍ଥ ହୋଇସାରିଲେଣି। ଏହାସହିତ ୧୪୯୦୫ଜଣ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।

 ଆଜି ରାଜ୍ୟରେ କରୋନା ନେଲା ଆଉ ୧୨ ଜଣଙ୍କ ମୁଣ୍ଡ। ଏହାକୁ ମିଶାଇ ମୋଟ୍‌ ୧୩୨୦ ଜଣଙ୍କର କରୋନାରେ ଜୀବନ ଯାଇଥିବା ଜଣାପଡିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍‌ କରି ସୂଚନା ଦିଆଯାଇଛି।

ମୃତ୍ୟୁ ବରଣ କରିଥିବା ୧୨ ଜଣଙ୍କ ଭିତରୁ ଖୋର୍ଦ୍ଧାରୁ ୫ ଜଣ ରହିଛନ୍ତି। ସେହିପରି ସୁନ୍ଦରଗଡ଼ରୁ ୪, ଗଞ୍ଜାମରୁ ଜଣେ, ନୂଆପଡ଼ାରୁ ଜଣେ ଓ କେନ୍ଦୁଝରରୁ ଜଣେ ଲେଖାଏଁ ମୃତ୍ୟୁ ବରଣ କରିଛନ୍ତି।

Leave A Reply

Your email address will not be published.