ରାଜ୍ଯରେ ଆଜି ୨୮ଟି ଜିଲ୍ଲାରୁ ୧୪୮୪ ପଜିଟିଭ୍ ଚିହ୍ନଟ, ମୋଟ ପଜିଟିଭଙ୍କ ସଂଖ୍ଯା ୩୭,୬୮୧କୁ ବୃଦ୍ଧି

ଭୁବନେଶ୍ବର: ଗତ ୨୪ ଘଣ୍ଟାରେ ରାଜ୍ୟର ୨୮ଟି ଜିଲ୍ଲାରୁ ଆଉ ୧୪୮୪ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟାଇନ୍‌ରୁ ୮୮୯ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଲୋକାଲ କଣ୍ଟାକ୍ଟ କେସ୍‌ ରହିଛି ୫୯୫ । ସୁସ୍ଥ ହୋଇଛନ୍ତି ୧୧୧୯ ଜଣ ଆକ୍ରାନ୍ତ । ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୨୮୮ ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରେ ୨୦୧, କଟକରେ ୧୨୧, ସମ୍ବଲପୁରରେ ୮୨, କେନ୍ଦୁଝର ୬୬, ସୁନ୍ଦରଗଡ଼ରେ ୬୪, କନ୍ଧମାଳ ୬୨, ଢେଙ୍କାନାଳରେ ୫୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେହିପରି କୋରାପୁଟ ୪୯, କଳାହାଣ୍ଡି ୪୭, ଭଦ୍ରକରେ ୪୦, ଯାଜପୁର ୩୯, ଗଜପତି ୩୮, ବାଲେଶ୍ୱରରେ ୩୭, ପୁରୀ ଓ ମାଲକାନଗିରିରେ ୩୪ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୟାଗଡ଼ରେ ୩୧, ମୟୂରଭଞ୍ଜ ୨୮, ଜଗତସିଂହପୁର ୨୦, ଅନୁଗୁଳରେ ୧୪, କେନ୍ଦ୍ରାପଡ଼ା ୧୨, ବରଗଡ଼ ୧୦, ବଲାଙ୍ଗିରରେ ୫, ଝାରସୁଗୁଡ଼ା ଓ ନୂଆପଡ଼ାରେ ୩ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବୌଦ୍ଧରେ ୨ ଓ ସୋନପୁରରେ ଜଣେ ପଜିଟିଭ ଚିହ୍ନଟ ହୋଇଛନ୍ତି। ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏନେଇ ସୂଚନା ମିଳିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୭,୬୮୧ରେ ପହଞ୍ଚିଛି। ଯାହା ମଧ୍ୟରୁ ୨୩ ହଜାର ୭୩ ଜଣ ସୁସ୍ଥ ହୋଇଥିବା ବେଳେ ଆକ୍ଟିଭ କେସ୍‌ ରହିଛି ୧୪ ହଜାର ୩୫୦। ବର୍ତ୍ତମାନ ସୁଦ୍ଧା ମୋଟ୍‌ ୫ ଲକ୍ଷ ୭୦ ହଜାର ୫୯୦ ଜଣଙ୍କର ଟେଷ୍ଟିଂ ହୋଇ

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.