କଟକ ମହାନଗର ନିଗମ ଅଞ୍ଚଳରୁ ୧୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ

କଟକ: କଟକ ମହାନଗର ନିଗମ ଅଞ୍ଚଳରୁ ଆଜି ଆଉ ୧୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୧୬ ଜଣଙ୍କ ମଧ୍ୟରୁ ୬ଜଣ ସରକାରୀ କ୍ୱାରେଣ୍ଟିନ୍‌ରୁ, ୨ଜଣ ହୋମ୍ କ୍ୱାରେଣ୍ଟିନ୍‌ରୁ ଓ ୮ଟି ଲୋକାଲ କେସରୁ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ କଟକ ସହରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୬୪ରେ ପହଞ୍ଚିଛଇ। ଏମାନଙ୍କ ମଧ୍ୟରୁ ୧୩୪ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ୧୨୮ ଜଣ ଚିକିତ୍ସାଧୀନ ଅଛନ୍ତି। ଏହାସହିତ ୨ ଜଣଙ୍କ ମୃତ୍ୟୁ ହୋଇଛି।

– ୬ଜଣ ସରକାରୀ କ୍ୱାରେଣ୍ଟିନଙ୍କ ଭିତରେ ଜଣେ ୩୦ବର୍ଷିୟ, ଜଣେ ୪୭ବର୍ଷିୟ, ଜଣେ ୨୦ବର୍ଷିୟ, ଜଣେ ୩୫ବର୍ଷିୟ ଏବଂ ଜଣେ ୨୪ ବର୍ଷିୟ ପୁରୁଷ ସଂକ୍ରମିତ ହୋଇଛନ୍ତି ।

– ୨ ଜଣ ହୋମ୍ କ୍ୱାରେଣ୍ଟିନଙ୍କ ଭିତରେ ଡଗରପଡା ଗୋପାଳସାହିର ଜଣେ ୩୦ ବର୍ଷିୟ ପୁରୁଷ ଏବଂ ଶାନ୍ତି ବିହାର କନିକା ରୋଡ୍ ନିକଟରୁ ଜଣେ ୩୭ ବର୍ଷିୟ ପୁରୁଷ ସଂକ୍ରମିତ ହୋଇଛନ୍ତି ।

covid

-ଲୋକାଲ୍ କେସ୍ ଭିତରେ ସିଡିଏ ସେକ୍ଟର-୧୦ର ଜଣେ ୫୩ ବର୍ଷିୟ ପୁରୁଷ ରହିଛନ୍ତି ।

-ରକ୍ସି ଲେନ୍ ବାଦାମବାଡିର ଜଣେ ୩୭ ବର୍ଷିୟ ପୁରୁଷ ରହିଛନ୍ତି ।

-ଓଡିଆ ବଜାରୁ ଜଣେ ୪୫ ବର୍ଷିୟ ପୁରୁଷ ରହିଛନ୍ତି ।

-ରଉସାପାଟନାରୁ ଜଣେ ୨୦ ବର୍ଷିୟ,ଜଣେ ୪୮ବର୍ଷିୟ , ଜଣେ ୧୫ ବର୍ଷିୟ ଏବଂ ଜଣେ ୨୫ପୁରୁଷଙ୍କ ସମେତ ଜଣେ ୩୭ ବର୍ଷିୟା ମହିଳା  ରହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.