ରାଜ୍ଯରେ ଆଜି ୧୬୦୨ ପଜିଟିଭ୍ ଚିହ୍ନଟ, ମୋଟ ସଂକ୍ରମିତଙ୍କ ସଂଖ୍ଯା ୩୩,୪୭୯କୁ ବୃଦ୍ଧି

ଭୁବନେଶ୍ବର: ରାଜ୍ଯରେ ଆଜି ୧୬୦୨ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରୁ ୯୯୩ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ଏବଂ ଲୋକାଲ କେସ୍ ରୁ ୬୦୯ ଜଣ ଚିହ୍ନଟ ହୋଇଥିବାନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସମୁଦାୟ ୨୯ଟି ଜିଲ୍ଲାରୁ ଏହି ସମସ୍ତ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ମୋଟ ପଜିଟିଭଙ୍କ ସଂଖ୍ଯା ୩୩,୪୭୯ରେ ପହଁଚିଛି । ଏମାନଙ୍କ ୨୦,୫୧୭ ସୁସ୍ଥ ହୋଇସାରିଥିବାବେଳେ, ବିଭିନ୍ନ କୋଭିଡ୍ ହସ୍ପିଟାଲରେ ୧୨,୭୩୭ ଜଣ ଚିକିତ୍ସିତ ହେଉଛନ୍ତି । ତେବେ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୩୬୮ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ସେହିପରି ଅନୁଗୁଳରୁ ୧୫,ବାଲେଶ୍ବରରୁ ୨୯,ବରଗଡରୁ ୧୩, ଭଦ୍ରକରୁ ୨୦, ବଲାଙ୍ଗିରରୁ ୩୮,ବୌଦ୍ଧରୁ ୯, କଟକରୁ ୫୪,ଢେଙ୍କାନାଳରୁ ୪୯, ଗଜପତିରୁ ୧୦୮, ଜଗତସିଂହପୁରରୁ ୧୯, ଯାଜପୁରରୁ ୪୪, ଝାରସୁଜୁଡା ୭, କଳାହାଣ୍ଡିରୁ ୩୦, କନ୍ଧମାଳରୁ ୪୫, କେନ୍ଦ୍ରାପଡାରୁ ୧୫, କେନ୍ଦୁଝର ୩୧, ଖୋର୍ଦ୍ଧାରୁ ୨୮୫, କୋରାପୁଟରୁ ୪୬, ମାଲକାନଗିରିରୁ ୩୦ ଏବଂ ମୟୁରଭଞ୍ଜରୁ ୩୯ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.