ରାଜ୍ୟରେ ଆଉ ୧୬୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ଗଜପତିରୁ ସର୍ବାଧିକ ୪୧ ପଜିଟିଭ

ଭୁବନେଶ୍ବର: ରାଜ୍ୟରେ ଆଉ ୧୬୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୪୭୦ ରେ ପହଞ୍ଚିଲା । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି। ତେବେ ୧୮ଟି ଜିଲ୍ଲାରୁ ଏହି ୧୬୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଏହି ନୂଆ ସଂକ୍ରମିତଙ୍କ ଭିତରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୧୫୦ ଓ ସ୍ଥାନୀୟ ଅଞ୍ଚଳରୁ ୧୭ଜଣ ଚିହ୍ନଟ ହୋଇଛନ୍ତି। ଗଜପତିରୁ ସର୍ବାଧିକ ୪୧ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ରାୟଗଡାରୁ-୫ଜଣ, ଯାଜପୁରରୁ-୫ଜଣ, ଖୋର୍ଦ୍ଧାରୁ-୮ଜଣ, ନୟାଗଡରୁ-୨ଜଣ, ବାଲେଶ୍ୱରରୁ-୧୩ଜଣ, ଜଗତସିଂହପୁରରୁ-୧୯ଜଣ, କଟକରୁ-୩ଜଣ, ଢେଙ୍କାନାଳରୁ-୯ଜଣ, ବରଗଡରୁ-ଜଣେ,ଗଞ୍ଜାମରୁ-୩୦ଜଣ, ପୁରୀରୁ-୧, ସୁନ୍ଦରଗଡରୁ-୪, ବଲାଙ୍ଗୀରରୁ-୧, ମୟୂରଭଞ୍ଜରୁ-୧୪ଜଣ, କୋରାପୁରରୁ-୧, ଝାରସୁଗୁଡାରୁ-୩ଜଣ ଓ କେନ୍ଦ୍ରାପଡାରୁ-୭ଜଣ ଚିହ୍ନଟ ହୋଇଛନ୍ତି ।

Leave A Reply

Your email address will not be published.