କେୟାର ଟେକର ବାଣ୍ଟିଲେ କରୋନା : ସତ୍ୟନଗର ସ୍ଥିତ ଓଡ଼ିଶା ଦୃଷ୍ଟିହୀନ ସଂଘରେ ରହୁଥିବା ୧୫ଜଣ ସଦସ୍ୟଙ୍କ ସହ ଜିଜିପି କଲୋନୀର ୨ଜଣ କରୋନା ଆକ୍ରାନ୍ତ

ଭୁବନେଶ୍ବର: ଭୁବନେଶ୍ୱରରେ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା ପାଖାପାଖି ୨ ହଜାର ହେଲାଣି । ଏହାରି ଭିତରେ ଆଉ ଏକ ଆଶ୍ଚର୍ଯ୍ଯ କରିଦେଲା ଭଳି ଘଟଣା ସାମ୍ନାକୁ ଆସିଛି । ରାଜଧାନୀରେ ୧୭ ଦୃଷ୍ଟିହୀନ କରୋନା ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି। ସତ୍ୟନଗର ସ୍ଥିତ ଓଡ଼ିଶା ଦୃଷ୍ଟିହୀନ ସଂଘରେ ରହୁଥିବା ୧୫ଜଣ ସଦସ୍ୟଙ୍କ ସହ ଜିଜିପି କଲୋନୀର ୨ଜଣ ଆକ୍ରାନ୍ତ ଅଛନ୍ତି। ସମସ୍ତଙ୍କୁ ଦୃଷ୍ଟିହୀନ ସଂଘ ପରିସରରେ ରଖାଯାଇଛି । ୧୭ ଜଣଙ୍କ ପଜିଟିଭ୍‌ ଚିହ୍ନଟ ପରେ କାହାକୁ ହସ୍ପିଟାଲ ସ୍ଥାନାନ୍ତର କରାଯାଇନାହିଁ।

corona positiveସୂଚନା ମୁତାବକ, ଜଣେ ଦୃଷ୍ଟିହୀନ ଅଧ୍ୟାପକଙ୍କ ପତ୍ନୀ କିଛି ଦିନ ତଳେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ତାଙ୍କର କେୟାର ଟେକର କରୋନା ଆକ୍ରାନ୍ତ ହୋଇଥିଲେ । କେୟାର ଟେକର ଜଣକ ଦୃଷ୍ଟିହୀନ ସଂଘରେ ରହୁଥିବାରୁ ତାଙ୍କ ସଂସ୍ପର୍ଶରେ ଆସି ସମସ୍ତେ ଆକ୍ରାନ୍ତ ହୋଇଛନ୍ତି । ସମସ୍ତଙ୍କୁ ସଂଘ ପରିସରରେ ରଖି ଚିକିତ୍ସା କରାଯିବ ବୋଲି ଜଣାପଡିଛି। ସେପଟେ ସ୍ଥାନୀୟ ଅଞ୍ଚଳକୁ ବିଶୋଧନୀକରଣ କରାଯାଉଛି।

Leave A Reply

Your email address will not be published.