କରୋନା ଭାଇରସ

ଭୁବନେଶ୍ବରରୁ ୧୭ ଓ କଟକରୁ ୩ କରୋନା ପଜିଟିଭ୍ ଚିହ୍ନଟ, ଏମାନଙ୍କ ଭିତରେ ତିନି କୋଭିଡ୍ ଯୋଦ୍ଧା ସାମିଲ୍

ଭୁବନେଶ୍ୱର: ଭୁବନେଶ୍ୱର ସହରରେ ଆଉ ୧୭ କରୋନା ଆକ୍ରାନ୍ତ ଚିହ୍ନଟ । ଏମାନଙ୍କ ଭିତରୁ ୫ଜଣ କ୍ୱାରେଣ୍ଟାଇନ୍‌, ୧୦ଜଣ ଲୋକାଲ କଣ୍ଟାକ୍ଟ ଏବଂ ୨ଜଣ କୋଭିଡ୍ ଯୋଦ୍ଧା ସାମିଲ୍ ଅଛନ୍ତି । ଏହାକୁ ମିଶାଇ ଭୁବନେଶ୍ୱରରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ଯା ୪୫୦ ଛୁଇଁ ଥିବାବେଳେ ୨୭୪ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହାସହ ୧୬୯ ଆକ୍ଟିଭ୍ କେସ୍ ରହିଛି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୨ ଜଣ ଡୁମୁଡୁମା ସ୍ଥିତ ରଘୁନାଥପୁର ବସ୍ତିର ବୋଲି ଜଣାଯାଇଛି । ଏମଧ୍ୟରୁ ଜଣେ ୪୦ ବର୍ଷୀୟ ମହିଳା ହୋଇଥିବା ବେଳେ ଆଉ ଜଣେ ହେଉଛନ୍ତି ୩୦ ବର୍ଷୀୟ ପୁରୁଷ । ଏମାନଙ୍କର ହଟସ୍ପଟ ଜିଲ୍ଲାକୁ ଯାତ୍ରା କରିଥିବା ନେଇ ରେକର୍ଡ ରହିଛି । ଏହା ବାଦ ପଟିଆ ଅଂଚଳର ଜଣେ ୬୩ ବର୍ଷୀୟ ପୁରୁଷ, ବିଜେବି ନଗର ଅଂଚଳର ଜଣେ ୨୩ ବର୍ଷୀୟ ଯୁବକ, ଅନ୍ଧାରୁଆ ଏରିଆର ଜଣେ ୪୦ ବର୍ଷୀୟ ମହିଳା, ଶତାବ୍ଦୀ ନଗରର ଜଣେ ୨୯ ବର୍ଷୀୟ ମହିଳାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି ।

ଘରୋଇ ହସ୍ପିଟାଲରେ ଜଣେ ୩୨ ବର୍ଷୀୟ ବ୍ୟକ୍ତି ବେସରକାରୀ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଯେବେକି ଚକେଇସିଆଣୀର ଜଣେ ୬୭ ବର୍ଷୀୟ ବ୍ୟକ୍ତି, କେନ୍ଦ୍ରୀୟ ହସ୍ପିଟାଲରେ କାର୍ଯ୍ୟରତ ଦୁଇ ଯୁବକ, ଜୟଦେବ ବିହାରର ଜଣେ ୨୬ବର୍ଷୀୟ ଯୁବକ, ଚନ୍ଦ୍ରଶେଖରପୁର ଅଂଚଳର ଜଣେ ୨୨ ବର୍ଷୀୟ ଯୁବକ, ପଟିଆର ଜଣେ ୬୫ ବର୍ଷୀୟ ମହିଳା ଓ ୩ ବର୍ଷର ଶିଶୁଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି । ଏହା ବାଦ ଏମଏଲଏ କଲୋନୀର ବି ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି ।  ଏସବୁ ବାଦ କୋଭିଡ ହସ୍ପିଟାଲରେ କାର୍ଯ୍ୟରତ ୨୬ ବର୍ଷୀୟ ଓ ୩୫ ବର୍ଷୀୟ କର୍ମଚାରୀଙ୍କ ରିପୋର୍ଟ ପଜିଟିଭ ଆସିଥିବା ଜଣାଯାଇଛି ।

ଏହାସହ କଟକ ସହରରେ ଆଜି ୩ କରୋନା ଆକ୍ରାନ୍ତ ଚିହ୍ନଟ । ସଂଗରୋଧରେ ୨ଜଣ ଥିବା ବେଳେ, ସ୍ଥାନୀୟ ଅଞ୍ଚଳରୁ ଜଣେ ଚିହ୍ନଟ ହୋଇଛନ୍ତି । ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ବ୍ୟକ୍ତି ଜଣେ କରୋନା ଯୋଦ୍ଧା । ୫୮ ବର୍ଷୀୟ ବ୍ୟକ୍ତି ଏକ ଘରୋଇ ନର୍ସିଂ ହୋମ୍‌ର କର୍ମଚାରୀ।

Sonalisa

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି କେଉଁ ରାଶିର ଲୋକଙ୍କ ପାଇଁ କିପରି କଟିବ ଦିନ

ମେଷ: ପାରିବାରିକ ପ୍ରତିଷ୍ଠା ବଢ଼ିବ । ବ୍ୟବସାୟିକ ଯୋଜନା ଫଳପ୍ରଦ ହେବ। ସାମାଜିକ ପ୍ରତିଷ୍ଠା ବଢ଼ିବ । ଜୀବନରେ କିଛି…

2 hours ago

ହିଟ୍ ୱେଭ ଆକ୍ସନ ପ୍ଲାନ, ମେଡିକାଲ ପ୍ରସ୍ତୁତି ନେଇ ସ୍ବାସ୍ଥ୍ୟ ସଚିବଙ୍କ ନିର୍ଦ୍ଦେଶ

ଭୁବନେଶ୍ବର(କେନ୍ୟୁଜ୍‌): ସାରା ରାଜ୍ୟରେ ହିଟ୍ ୱେଭ ଜାରି ରହିଛି। ଅନେକ ସ୍ଥାନରେ ଅଂଶୁଘାତଜନିତ ମୃତ୍ୟୁ ଅଭିଯୋଗ ଆସୁଛି। ଏହାକୁ ଦୃଷ୍ଟିରେ…

5 hours ago

ମାଷ୍ଟରକ୍ୟାଣ୍ଟିନ ଯାଇ ବହି କିଣିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର(କେନ୍ୟୁଜ୍‌): ବହି କିଣିଲେ ମୁଖ୍ୟମନ୍ତ୍ରୀ । ଭୁବନେଶ୍ବର ମାଷ୍ଟରକ୍ୟାଣ୍ଟିନ ଯାଇ ବହି କିଣିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମଡର୍ଣ୍ଣ…

5 hours ago

ପୋଲିସ ଉପରେ ଆକ୍ରମଣ ; ୩୮ ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର

ମୟୂରଭଞ୍ଜ (କେନ୍ୟୁଜ୍‌): ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ବେଲପାଳ ଗାଁରେ ପୋଲିସ ଉପରେ ଆକ୍ରମଣ ଘଟଣାରେ ୩୮ ଜଣ ଗିରଫ…

6 hours ago

ବିସ୍ଫୋରଣ ଦେଇଗଲା ଦୁଃଖ, ପରିବାର ଚଳିବ କେମିତି ?

ଭାବ ଭକ୍ତିରେ ବନ୍ଧା ହେ ମହାବାହୁ …ତୁମ ଚନ୍ଦନ ଯାତ୍ରାରେ ଏଭଳି ଅଘଟଣ ଘଟିବ …ସେ ପୁଣି ତୁମେ ପ୍ରଭୁ…

6 hours ago

ଲୁହା ପାଇପ ଚୋରା ଚାଲାଣ ମାମଲାରେ ଟୁଙ୍ଗୁରୁ ଭୋଳ ସମେତ ୧୧ ଗିରଫ

ଭୁବନେଶ୍ୱର(କେନ୍ୟୁଜ୍‌): ପୁଣି ଚର୍ଚ୍ଚାକୁ ଆସିଲେ ଅଟୋ ଚାଳକ ଟୁଙ୍ଗୁରୁ ଭୋଳ । ପୂର୍ବରୁ ପରକୀୟା ପ୍ରୀତି ଅଭିଯୋଗରେ ଚର୍ଚ୍ଚାରେ ରହିଥିବା…

8 hours ago