ସାଇକେଲ ସାହାଯ୍ୟରେ ପଶ୍ଚିମବଙ୍ଗରୁ ଓଡ଼ିଶା ଫେରିଲେ ଭଦ୍ରକ ବାସୁଦେବପୁର ଅଞ୍ଚଳର ୧୭ ଜଣ ଶ୍ରମିକ

ଭଦ୍ରକ : ସାଇକେଲ ସାହାଯ୍ୟରେ ପଶ୍ଚିମବଙ୍ଗରୁ ଓଡ଼ିଶା ଫେରିଲେ ଭଦ୍ରକ ବାସୁଦେବପୁର ଅଞ୍ଚଳର ୧୭ ଜଣ ଶ୍ରମିକ । ପେଟ ପାଟଣା ପାଇଁ ପଶ୍ଚିମ ବଙ୍ଗର ଏକ କମ୍ପାନୀରେ କାମ କରୁଥିଲେ । ତେବେ ମହାମାରି କରୋନା ପାଇଁ ସମଗ୍ର ଦେଶ ଲକ୍‌ ଡାଉନ ହେବା ଫଳରେ ବେପାରରେ ମାନ୍ଦାବସ୍ତା ଦେଖାଦେବା ପରେ ନିଜ ସାଇକେଲ ଯୋଗେ ଓଡ଼ିଶା ଫେରିଛନ୍ତି ଏହି ୧୭ ଜଣ ଶ୍ରମିକ । ଶୁକ୍ରବାର ଦିନ ପଶ୍ଚିମବଙ୍ଗରୁ ସାଇକେଲ ଯୋଗେ ବାହାରି ଗତକାଲି ସେମାନେ ବାସୁଦେବପୁରରେ ପହଞ୍ଚିଛନ୍ତି । ପହଞ୍ଚିବା ପରେ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ସରକାରଙ୍କ ପକ୍ଷରୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.