ଆଜି ଚିହ୍ନଟ ହୋଇଥିବା ୧୭ ଆକ୍ରାନ୍ତଙ୍କ ମଧ୍ୟରୁ ୧୬ ଜଣ ସୁରତ ଫେରନ୍ତା

ଭୁବନେଶ୍ବର: ଆଜି ଚିହ୍ନଟ ହୋଇଥିବା ୧୭ ଆକ୍ରାନ୍ତଙ୍କ ମଧ୍ୟ ୧୬ ଜଣ ସୁରତ ଫେରନ୍ତା । ଗଞ୍ଜାମର ସମସ୍ତ ଆକ୍ରାନ୍ତ ସୁରତ ଫେରନ୍ତା । ସେହିପରି ମୟୂରଭଞ୍ଜର ଦୁଇ ଜଣ ଓ ଭଦ୍ରକର ଜଣେ ଆକ୍ରାନ୍ତ ମଧ୍ୟ ସୁରତରୁ ଫେରିଛନ୍ତି । ରାଉରକେଲାର ଆକ୍ରାନ୍ତ କଣ୍ଟେନ୍‌ମେଣ୍ଟ ଅଞ୍ଚଳର । ସମସ୍ତ ୧୭ ଆକ୍ରାନ୍ତ ପୁରଷ । ଭଦ୍ରକର ନୂଆ ଆକ୍ରାନ୍ତ ତିଡିହି ବ୍ଲକର । ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨୮୭ ହୋଇଛି । ଆକ୍ଟିଭ୍‌ କେସ୍‌ ୨୨୨ ରହିଥିବା ବେଳେ ସୁସ୍ଥ ହୋଇଛନ୍ତି ୬୩ ଜଣ । ୨ ଜଣଙ୍କ କରୋନରେ ମୃତ୍ୟୁ ହୋଇଛି ।

corona pic

ସୂଚନା ଥାଉକି, ରାଜ୍ୟରେ ଆଜି ଆଉ ୧୭ ନୂଆ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ଭିତରୁ ଗଞ୍ଜାମରୁ ୧୨, ମୟୂରଭଞ୍ଜରୁ ତିନି ଜଣ, ଭଦ୍ରକରୁ ଜଣେ ଓ ସୁନ୍ଦରଗଡ଼ରୁ ଜଣେ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଗଞ୍ଜାମରେ ଆକ୍ରାନ୍ତଙ୍କ ସଂଖ୍ୟା ୮୩କୁ ବୃଦ୍ଧି ପାଇଛି । ସେହିପରି ମୟୂଭଞ୍ଜରେ ଆକ୍ରାନ୍ତଙ୍କ ସଂଖ୍ୟା ୭ ହୋଇଥିବା ବେଳେ ଭଦ୍ରକରେ ୨୫ ଓ ସୁନ୍ଦରଗଡରେ ଆକ୍ରାନ୍ତଙ୍କ ସଂଖ୍ୟା ୧୩ରେ ପହଞ୍ଚିଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.