ରାଜ୍ଯରେ ଆଉ ୧୭୯ ନୂଆ କରୋନା ପଜିଟିଭ୍ ଚିହ୍ନଟ, ମୋଟ ସଂକ୍ରମିତଙ୍କ ସଂଖ୍ୟା ୪,୮୫୬କୁ ବୃଦ୍ଧି

ଭୁବନେଶ୍ବର : ରାଜ୍ଯରେ ଆଉ ୧୭୯ ନୂଆ କରୋନା ପଜିଟିଭ୍ ଚିହ୍ନଟ। ଏମାନଙ୍କ ଭିତରୁ କ୍ବାରେଣ୍ଟାଇନ୍ ସେଣ୍ଟରୁ ୧୫୦ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ଲୋକାଲ୍ କଣ୍ଟାକ୍ଟରୁ ୨୯ଜଣ ଚିହ୍ନଟ ହୋଇଛନ୍ତି । ମୋଟ୍ ୧୫ଟି ଜିଲ୍ଲାରୁ ୧୭୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ଯରେ ମୋଟ ପଜିଟିଭ୍ ସଂଖ୍ୟା ୪,୮୫୬କୁ ବୃଦ୍ଧି ପାଇଛି ।

ତେବେ ଗଞ୍ଜାମରୁ ସର୍ବାଧିକ ୫୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ଟ୍ୱିଟ୍‌ରେ ସୂଚନା ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ। ଏହି ୫୭ ଆକ୍ରାନ୍ତଙ୍କ ମଧ୍ୟରେ ୬ କରୋନା ଯୋଦ୍ଧା ଥିବା ଜଣାପଡିଛି । ଏହାସହ ଖୋର୍ଦ୍ଧାରୁ-୨୭, ଅନୁଗୁଳରୁ-୬, ନବରଙ୍ଗପୁରରୁ-୧, ଜଗତସିଂହପୁରରୁ-୪, କଟକରୁ-୧୫, ବରଗଡରୁ-୨, ଭଦ୍ରକରୁ-୫, ଯାଜପୁରରୁ-୩, ମାଲକାନଗିରିରୁ-୨, ରାୟଗଡାରୁ-୫, କେନ୍ଦୁଝରରୁ-୧୮, ଦେବଗଡରୁ-୧, କେନ୍ଦ୍ରାପଡାରୁ-୫ ଓ ମୟୂରଭଞ୍ଜରୁ-୧୦ ଚିହ୍ନଟ ହୋଇଛନ୍ତି । ଏହାସହିତ NDRF ଓ ଅଗ୍ନିଶମ ବିଭାଗର ଆଉ ୧୮ ଯବାନ କରୋନାରେ ଆକ୍ରାନ୍ତ । ଏମାନେ ପଶ୍ଚିମବଙ୍ଗରୁ ‘ଅମ୍ଫାନ’ ମୁକାବିଲା କରି ଫେରିବା ପରେ ସଂକ୍ରମିତ ହୋଇଥିବା ଜଣାପଡିଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.