ରାଜ୍ଯରେ ଆଜି ୧୭୯୩ କରୋନା ପଜିଟିଭ୍ ଚିହ୍ନଟ, ୧୨୦୦ ଟପିଲା ମୃତ୍ୟୁସଂଖ୍ୟା

ଭୁବନେଶ୍ବର: ଗତ ୨୪ ଘଣ୍ଟାରେ ରାଜ୍ୟରେ ଆଉ ୧୭୯୩ କରୋନା ପଜିଟିଭ୍‌ ଚିହ୍ନଟ । କ୍ୱାରେଣ୍ଟାଇନ୍‌ରୁ ୧୦୩୧ ଥିବାବେଳେ ଲୋକାଲ କଣ୍ଟାକ୍ଟ ରହିଛି ୭୬୨ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୦୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କଟକରୁ ୧୬୦, ଅନୁଗୁଳରୁ ୧୦୭ ଓ ମୟୂରଭଞ୍ଜରୁ ୧୦୪ ନୂଆ କେସ୍‌ ସାମ୍ନାକୁ ଆସିଛି । ଆଜିର ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ପଜିଟିଭ୍‌ ସଂଖ୍ୟା ୨ ଲକ୍ଷ ୭୭ ହଜାର ୮୮୭କୁ ବୃଦ୍ଧି ପାଇଛି। ଆକ୍ଟିଭ କେସ୍‌ ୧୯ ହଜାର ୫୭୯ ଥିବାବେଳେ,  ୨ ଲକ୍ଷ ୫୭ ହଜାର ୦୪୧ ଆରୋଗ୍ୟ ହେଲେଣି ।

ସେପଟେ ରାଜ୍ୟରେ ଆଉ ୧୮ଜଣଙ୍କ ଜୀବନ ନେଲା କରୋନା । ଅନୁଗୁଳ ଓ ଗଜପତିରୁ ୩ ଲେଖାଏଁ ଆକ୍ରାନ୍ତଙ୍କ ଜୀବନ ନେଇଛି ଭୂତାଣୁ । ଭୁବନେଶ୍ବର,ଯାଜପୁର ଓ ମୟୁରଭଞ୍ଜରୁ ୨ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଖୋର୍ଦ୍ଧା, ଭଦ୍ରକ, ଢେଙ୍କାନାଳ, ମାଲକାନଗିରି, ନବରଙ୍ଗପୁର ଓ ପୁରୀରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ଜୀବନ ଯାଇଛି । ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ୧୨୧୪ରେ ପହଂଚିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.