ଭୋପାଳ ବୁଲି ଯିବା ହେଲା କାଳ, କରୋନା ନେଇ ଫେରିଲେ ବମିଖାଲର ଗୋଟିଏ ପରିବାରର ୧୯ଜଣ

ଭୁବନେଶ୍ୱର: ରାଜ୍ୟରେ ବଢୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଗୋଟିଏ ଦିନରେ ଭୁବନେଶ୍ୱରରେ ୧୮ ଜଣଙ୍କ ରିପୋର୍ଟ ଆସିଛି ପଜିଟିଭ୍‌ । ଗତକାଲି ଆଉ ୧୮ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିଲେ । ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପହଞ୍ଚିଛି ୩୯ରେ । ଗତକାଲି ଚିହ୍ନଟଙ୍କ ଭିତରୁ ବମିଖାଲରୁ ୧୬ ଜଣ । ପୂର୍ବରୁ ୩ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଏହାକୁ ମିଶାଇ ବମିଖାଲରେ ମୋଟ ୧୯ଜଣ ଆକ୍ରାନ୍ତ ରହିଛନ୍ତି। ସମସ୍ତେ ଗୋଟିଏ ପରିବାରର ବୋଲି ଜଣାପଡିଛି। ଫଳରେ ବମିଖାଲ ଅଞ୍ଚଳରେ ବଳବତ୍ତର ରହିଛି କଣ୍ଟେନମେଣ୍ଟ ।

ବମିଖାଲ ଅଞ୍ଚଳରେ ଘର ଘର ବୁଲି ସର୍ଭେ କରାଯାଉଛି। ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଆଇସୋଲେଟ୍‌ କରାଯିବ । ସମସ୍ତଙ୍କ ନମୁନା ପରୀକ୍ଷା କରାଯିବ । ଜନସାଧାରଣଙ୍କୁ ବିଚଳତି ନହୋଇ ଘରେ ରହିବାକୁ ପରାମର୍ଶ ଦିଆଯାଇଛି । ଗତ ୩ ଦିନରେ ଭୁବନେଶ୍ୱରରେ ବୃଦ୍ଧି ପାଇଛି ସଂକ୍ରମିତଙ୍କ ସଂଖ୍ୟା । ଏହି ଘଟଣା ପରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଲୋକଙ୍କୁ ଘରୁ ନବାହାରିବାକୁ କୁହାଯାଇଛି । ଏପର୍ଯ୍ୟନ୍ତ ଭୁବନେଶ୍ୱରରେ ସର୍ବାଧିକ ୩୨ ଜଣ କରୋନାରେ ଆକ୍ରାନ୍ତ ହେଲେଣି । ୩୦ ଜଣ ଚିକିତ୍ସାଧୀନ ଥିବା ବେଳେ ୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.