ଆଜି ରାଜ୍ଯରୁ ୧୯୭୭ କରୋନା ପଜିଟିଭ୍ ଚିହ୍ନଟ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୩୨ ସଂକ୍ରମିତ

ଭୁବନେଶ୍ବର: ଆଜି ରାଜ୍ଯରେ ୧୯୭୭ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସମୁଦାୟ ୩୦ଟି ଜିଲ୍ଲାରୁ ଏହି ସମସ୍ତ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରୁ କ୍ବାରେଣ୍ଟାଇନରୁ ୧୨୪୧ ଏବଂ ଲୋକାଲ୍ କେସରୁ ୭୩୬ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ଯରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ଯା ୫୪,୬୩୦ରେ ପହଁଚିଛି। ଏମାନଙ୍କ ୩୭,୯୦୦ ସୁସ୍ଥ ହୋଇସାରିଥିବାବେଳେ, ବିଭିନ୍ନ କୋଭିଡ୍ ହସ୍ପିଟାଲରେ ୧୬,୩୫୩ଜଣ ଚିକିତ୍ସିତ ହେଉଛନ୍ତି । ତେବେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୩୨ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ସେହିପରି ଅନୁଗୁଳରୁ ୨,ବାଲେଶ୍ବରରୁ ୫୬,ବରଗଡରୁ ୨୨, ଭଦ୍ରକରୁ ୧୧୮, ବଲାଙ୍ଗିରରୁ ୭, ବୌଦ୍ଧରୁ ୫, କଟକରୁ ୧୦୧, ଦେଓଗଡରୁ ୨,ଢେଙ୍କାନାଳରୁ ୪୦, ଗଜପତିରୁ ୯୩, ଗଞ୍ଜାମରୁ ୨୮୦, ଜଗତସିଂହପୁରରୁ ୩୪, ଯାଜପୁରରୁ ୬୯, ଝାରସୁଗୁଡା ୧୧, କଳାହାଣ୍ଡିରୁ ୩୮, କନ୍ଧମାଳରୁ ୬୦, କେନ୍ଦ୍ରାପଡାରୁ ୬, କେନ୍ଦୁଝରରୁ ୧୦,କୋରାପୁଟରୁ ୯୦, ମାଲକାନଗିରିରୁ ୫୨,ମୟୁରଭଞ୍ଜରୁ ୧୨୦,ନବରଙ୍ଗପୁରରୁ ୧୭,ନୟାଗଡରୁ ୭୫,ନୂଆପଡାରୁ ୨୦, ପୁରୀରୁ ୮୩,ରାୟଗଡାରୁ ୭୦,ସମ୍ବଲପୁରରୁ ୫୯,ସୋନପୁରରୁ ୭ ଏବଂ ସୁନ୍ଦରଗଡରୁ ୮୮ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.