ରାଜ୍ଯରେ ଆଜି ସର୍ବାଧିକ ୧୯୮୧ କରୋନା ପଜିଟିଭ୍ ଚିହ୍ନଟ, ୯ ଜଣଙ୍କ ନେଲା ଜୀବନ ମାରାତ୍ମକ ଭାଇରସ୍

ଭୁବନେଶ୍ବର: ରାଜ୍ଯରେ ରେକର୍ଡ ଉପରେ ରେକର୍ଡ ଭାଙ୍ଗିବାରେ ଲାଗିଛି କରୋନା ଭାଇରସ୍ । ଆଜି ସର୍ବାଧିକ ୧୯୮୧ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସମୁଦାୟ ୩୦ଟି ଜିଲ୍ଲାରୁ ଏହି ସମସ୍ତ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରୁ କ୍ବାରେଣ୍ଟାଇନରୁ ୧୨୨୫ ଏବଂ ଲୋକାଲ୍ କେସରୁ ୭୫୬ ଚିହ୍ନଟ ହୋଇଛନ୍ତି ।ଏହାକୁ ମିଶାଇ ରାଜ୍ଯରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ଯା ୫୨,୬୫୩ରେ ପହଁଚିଛି। ଏମାନଙ୍କ ୩୬,୪୭୮ ସୁସ୍ଥ ହୋଇସାରିଥିବାବେଳେ, ବିଭିନ୍ନ କୋଭିଡ୍ ହସ୍ପିଟାଲରେ ୧୫,୮୦୮ ଜଣ ଚିକିତ୍ସିତ ହେଉଛନ୍ତି । ତେବେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୭୪ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ସେହିପରି ଅନୁଗୁଳରୁ ୬,ବାଲେଶ୍ବରରୁ ୫୯,ବରଗଡରୁ ୨୭, ଭଦ୍ରକରୁ ୬୫, ବଲାଙ୍ଗିରରୁ ୨୭, ବୌଦ୍ଧରୁ ୨୨, କଟକରୁ ୧୩୧, ଦେଓଗଡରୁ ୧୬,ଢେଙ୍କାନାଳରୁ ୩୯, ଗଜପତିରୁ ୮, ଗଞ୍ଜାମରୁ ୨୬୭, ଜଗତସିଂହପୁରରୁ୪୨, ଯାଜପୁରରୁ ୬୦ ଝାରସୁଗୁଡା ୮, କଳାହାଣ୍ଡିରୁ ୩୯, କନ୍ଧମାଳରୁ ୧୭୯, କେନ୍ଦ୍ରାପଡାରୁ ୨୯, କେନ୍ଦୁଝରରୁ ୨୩,କୋରାପୁଟରୁ ୯୭, ମାଲକାନଗିରିରୁ ୬୪,ମୟୁରଭଞ୍ଜରୁ ୩୭,ନବରଙ୍ଗପୁରରୁ ୧୮,ନୟାଗଡରୁ ୫୬,ନୂଆପଡାରୁ ୧୬, ପୁରୀରୁ ୭୭,ରାୟଗଡାରୁ ୫୫,ସମ୍ବଲପୁରରୁ ୩୮,ସୋନପୁରରୁ୫୭ ଏବଂ ସୁନ୍ଦରଗଡରୁ ୧୪୫ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

ଏହା ସହିତ ଆଜି ୯ଜଣ କରୋନା ଆକ୍ରାନ୍ତଙ୍କର ମୁଣ୍ଡ ନେଇଛି କରୋନା । ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୩ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି କଟକ ଓ ମୟୂରଭଞ୍ଜରୁ ୨ ଜଣ ଲେଖାଁଏ ମୁଣ୍ଡ ନେଇଛି କରୋନା । କନ୍ଧମାଳ ଓ ସୁନ୍ଦରଗଡ଼ରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ ହୋଇଥିବା ଜଣାପଡିଛି । ଏହାକୁ ମିଶାଇ ରାଜ୍ୟରେ ସମୁଦାୟ କରୋନା ମୃତ୍ୟୁସଂଖ୍ୟା ୩୧୪କୁ ବୃଦ୍ଧି ପାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.