ରାଜ୍ୟରେ ଆଜି ଆଉ ୨ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ, ଉଭୟ ମୃତକ ଗଞ୍ଜାମ ଜିଲ୍ଲାର

ଭୁବନେଶ୍ବର : ରାଜ୍ୟରେ ଆଜି ଆଉ ୨ ଜଣଙ୍କର କରୋନା ଯୋଗୁଁ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରୁ ୬୬ବର୍ଷର ଜଣେ ପୁରୁଷ ଥିବାବେଳେ ଅନ୍ୟ ଜଣେ ୪୦ ବର୍ଷର ପୁରୁଷ । ଉଭୟେ ଗଞ୍ଜାମ ଜିଲ୍ଲାର ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଏମାନଙ୍କ ଭିତରୁ ପ୍ରଥମ ସଂକ୍ରମିତଜଣକ ଉଚ୍ଚ ରକ୍ତଚାପ ରୋଗରେ ପୀଡ଼ିତ ଓ ଅନ୍ଯ ଜଣକ ମଧୁମେହ ରୋଗରେ ପୀଡ଼ିତ ଥିବା ସୂଚନା ମିଳିଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୯ରେ ପହଞ୍ଚିଛି। ସେଥିରୁ କେବଳ ଗଞ୍ଜାମ ଜିଲ୍ଲରେ ଏବେସୁଦ୍ଧା ୧୭ଜଣଙ୍କର ମୃତ୍ୟୁ ହୋଇଛି ।

Leave A Reply

Your email address will not be published.