ଏହି ଦୁଇ କେନ୍ଦ୍ରମନ୍ତ୍ରୀ ଓ ୨ ମୁଖ୍ୟମନ୍ତ୍ରୀଙ୍କୁ କରୋନା, ବିଶ୍ୱରେ ଗତ ସପ୍ତାହକରେ ସଂକ୍ରମଣ ୬ଗୁଣା ବୃଦ୍ଧି

ନୂଆଦିଲ୍ଲୀ: ୨ କେନ୍ଦ୍ରମନ୍ତ୍ରୀ ଓ ୨ ମୁଖ୍ୟମନ୍ତ୍ରୀଙ୍କୁ କରୋନା। ବିଜେପି ସଭାପତି ଜେପି ନଡ୍ଡାଙ୍କ ସମେତ ୨ କେନ୍ଦ୍ର ମନ୍ତ୍ରୀ ଓ ୨ ମୁଖ୍ୟମନ୍ତ୍ରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ନଡ୍ଡା ସଂକ୍ରମିତ ହୋଇଥିବା ନେଇ ଟ୍ଵିଟ୍‌ କରି ସୂଚନା ଦେଇଛନ୍ତି। ସେ ବର୍ତ୍ତମାନ ସୁସ୍ଥ ଥିବା କହିଛନ୍ତି। କିନ୍ତୁ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ସେ ହୋମ୍‌ ଆଇସୋଲେସନରେ ଅଛନ୍ତି।

ସେହିଭଳି ୨ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ ଓ ଅଜୟ ଭଟ୍ଟ ଏବଂ ୨ ମୁଖ୍ୟମନ୍ତ୍ରୀ ହେଲେ ବିହାରର ନୀତୀଶ କୁମାର ଓ କର୍ଣ୍ଣାଟକର ବସବରାଜ ବୋମାଇ। ସେହିଭଳି CPM ନେତା ପ୍ରକାଶ କରାତ ଓ ବୃନ୍ଦା କରାତ ମଧ୍ୟ ସଂକ୍ରମିତ ହୋଇଛନ୍ତି।

ଅନ୍ଯପଟେ ସାରା ବିଶ୍ୱରେ ହୁ ହୁ ହୋଇ ବଢିଚାଲିଛି କରୋନା ସଂକ୍ରମଣ। ଗତ ସପ୍ତାହକରେ ୬ଗୁଣା ବୃଦ୍ଧି ପାଇଛି ସଂକ୍ରମଣ। ଗତ ୨୪ ଘଣ୍ଟାରେ ୧ ଲକ୍ଷ ୭୯ହଜାର ୭୨୩ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିସହ ୧୪୬ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଗୋଟିଏ ଦିନରେ ୧୩ ପ୍ରତିଶତ ବୃଦ୍ଧି ହୋଇଛି ସଂକ୍ରମଣ ମାମଲା। ଆକ୍‌ଟିଭ୍‌ କେସ୍‌ ୭ ଲକ୍ଷ ଟପିଛି। ୨୪ଘଣ୍ଟାରେ ସକ୍ରିୟ ମାମଲାରେ ୧ଲକ୍ଷ ୩୩ହଜାର ୮କୁ ବୃଦ୍ଧି ପାଇଛି।

ମୋଟ ସଂକ୍ରମିତଙ୍କ ସଂଖ୍ୟା ୩କୋଟି ୫୭ଲକ୍ଷକୁ ବୃଦ୍ଧି ପାଇଛି । ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୪ହଜାର ୩୩ରେ ପହଞ୍ଚିଛି। ସପ୍ତାହକରେ ୬ଗୁଣା ବଢିଛି ସଂକ୍ରମଣ। ଗତ ଡିସେମ୍ବର ୨୭ରୁ ଜାନୁଆରୀ ୨ ମଧ୍ୟରେ ୧ ଲକ୍ଷ ୨ହଜାର ୩୩୦ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଗତ ଜାନୁଆରୀ ୯ ତାରିଖରେ ୬ଲକ୍ଷ ୩୮ହଜାର ୮୭୨ ସଂଖ୍ୟା ରହିଥିଲା ।

ଦୈନିକ ପଜିଟିଭ୍‌ ହାର ୧୩.୨୯ ପ୍ରତିଶତ ଏବଂ ସାପ୍ତାହିକ ପଜିଟିଭ୍‌ ହାର ୭.୯୨ ପ୍ରତିଶତ ରହିଛି । ଦେଶରେ ସକ୍ରିୟ ମାମଲା ମୋଟ ସଂକ୍ରମଣ ମାମଲାର ୨.୦୩ପ୍ରତିଶତ । ଅନ୍ୟପକ୍ଷେ ଜାତୀୟ ଆରୋଗ୍ୟ ହାର ୯୬. ୬୨ପ୍ରତିଶତ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.