ଜଗତସିଂହପୁର ଜିଲ୍ଲାରୁ ୨୦ ଜଣ ନୂଆ କରୋନା ଆକ୍ରାନ୍ତ, କୁଜଙ୍ଗ ଓ ନାଉଗାଁ କ୍ଵାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ

ଜଗତସିଂହପୁର(କେନ୍ୟୁଜ ବ୍ୟୁରୋ): ଜଗତସିଂହପୁର ଜିଲ୍ଲାରୁ ପୁଣି ୨୦ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୨୦ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ନାଉଗାଁ ବ୍ଲକ ଜାମୁଗାଁ କ୍ଵାରେଣ୍ଟାଇନ ସେଣ୍ଟରରୁ ଏବଂ ଅନ୍ୟ ଜଣେ କୁଜଙ୍ଗ ବ୍ଲକ ଅନ୍ତର୍ଗତ ପଣ୍ଡୁଆ କ୍ଵାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଛନ୍ତି ବୋଲି ସୂଚନା ଦେଇଛନ୍ତି ଜଗତସିଂହପୁର ଜିଲ୍ଲାପାଳ । ତେବେ କିଛି ଘଣ୍ଟା ପୂର୍ବରୁ ସୁସ୍ଥ ହେବା ପରେ ଜିଲ୍ଲାରେ କିଛି ଆକ୍ଟିଭ୍ କେସ୍ ନଥିଲା ଏବଂ ଜିଲ୍ଲା ସମ୍ପୂର୍ଣ୍ଣ ଭାବେ କରୋନା ମୁକ୍ତ ହୋଇଥିଲା । କିନ୍ତୁ ଏବେ ପୁଣି ଜିଲ୍ଲାରେ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।


ଆଜି ୫୭ ଜଣ ସୁସ୍ଥ ହୋଇଥିଲେ । ତାଲିକାରେ ୫ ଜଣ ଜଗତସିଂହପୁରର ମଧ୍ୟ ଥିଲେ । ସୁସ୍ଥ ହେଲା ପରେ ସମସ୍ତଙ୍କୁ ଡିସଚାର୍ଜ କରାଯାଇଥିଲା । ଏହା ପରେ ରାଜଧାନୀ ଭୁବନେଶ୍ୱର ଏବଂ ଜଗତସିଂହପୁର ଜିଲ୍ଲା କରୋନା ମୁକ୍ତ ହୋଇଥିଲେ । କୌଣସି ଆକ୍ଟିଭ୍ କେସ୍ ନଥିଲା କିନ୍ତୁ ଏବେ ପୁଣି ୨୦ ନୂଆ ମାମଲା ଦେଖାଦେଇଛି । ଏବେ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୯୬ ଥିବାବେଳେ ସେମାନଙ୍କ ମଧ୍ୟରୁ ୨୭୭ଜଣ ସୁସ୍ଥ ହୋଇଛନ୍ତି ଓ ୪ ଜଣଙ୍କର ମୃତ୍ୟୁ ହୋଇଛି ।

Leave A Reply

Your email address will not be published.