ରାଜ୍ଯରେ ଛଅ ହଜାର ଟପିଲା ସଂକ୍ରମିତଙ୍କ ସଂଖ୍ଯା, ଆଜି ପୁଣି ୨୧୮ ପଜିଟିଭ୍ ଚିହ୍ନଟ

ଭୁବନେଶ୍ବର: ରାଜ୍ଯରେ ପୁଣି ୨୧୮ ପଜିଟିଭ୍ ଚିହ୍ନଟ । ୨୧ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ଏହି ୨୮୨ ପଜିଟିଭ୍ । ଏମାନଙ୍କ ଭିତରୁ ୧୯୮ ଜଣ କ୍ୱାରେଣ୍ଟିନ୍ ସେଣ୍ଟରରୁ ଚିହ୍ନଟ ହୋଇଥିବାବେଳେ, ୨୦ ଲୋକାଲ୍ କେସ୍ ।  ତେବେ ଏହାକୁ ମିଶାଇ ରାଜ୍ଯରେ ମୋଟ ସଂକ୍ରମିତଙ୍କ ସଂଖ୍ଯା ୬୧୮୦ ରେ ପହଁଚିଛି । ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । 


ତେବେ ଏହି ୨୧୮ ପଜିଟିଭଙ୍କ ଭିତରୁ ଖୋର୍ଦ୍ଧାରୁ ୧୭ଜଣ, ନବରଙ୍ଗପୁରରୁ ୧, ଗଞ୍ଜାମରୁ ୪୯ଜଣ, ଅନୁଗୁଳରୁ ୧, କଟକରୁ ୫ଜଣ, ଜଗତସିଂହପୁରରୁ ୨୯, ଭଦ୍ରକରୁ: ୨୫ଜଣ, କନ୍ଧମାଳରୁ ୧, ନୂଆପଡାରୁ ୨, ଝାରସୁଗୁଡ଼ାରୁ ୪, କେନ୍ଦୁଝରରୁ ୨, ଯାଜପୁରରୁ ୧, ପୁରୀରୁ ୧୦ଜଣ, ଗଜପତିରୁ ୨୭ଜଣ, ବୌଦ୍ଧରୁ ୧, ସୁନ୍ଦରଗଡ଼ରୁ ୧୧ଜଣ, କେନ୍ଦ୍ରାପଡ଼ାରୁ ୬ଜଣ , ସମ୍ବଲପୁରୁ ୨ଜଣ, ମୟୁରଭଞ୍ଜରୁ ୯ଜଣ, କୋରାପୁଟରୁ ୧ ଓ ବାଲେଶ୍ୱରରୁ ୭ ଆକ୍ରାନ୍ତ ରହିଛନ୍ତି। ଏହାସହିତ ଏନଡିଆରଏଫ୍ ର ୭ ଜଣ ଯବାନ କରୋନାରେ ସଂକ୍ରମିତ ହୋଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.