ରାଜ୍ଯରେ ଆଜି ୨୩୦ କରୋନା ପଜିଟିଭ୍ ଚିହ୍ନଟ, ଗଲା ଜଣଙ୍କର ଜୀବନ

ଭୁବନେଶ୍ବର:  ରାଜ୍ଯରେ ଆଜି ୨୩୦ କରୋନା ପଜିଟିଭ୍ ଚିହ୍ନଟ। ଏମାନଙ୍କ ଭିତରୁ କ୍ବାରେଣ୍ଟାଇନ୍ ସେଣ୍ଟରରୁ ୧୩୪, ଏବଂ ଲୋକାଲ୍ କେସରୁ ୯୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୧ହଜାର ୧୫୧କୁ ବୃଦ୍ଧି ପାଇଛି। ସେହିପରି ସୁସ୍ଥ ହେଲେଣି ପାଖାପାଖି ୩ ଲକ୍ଷ ୨୭ ହଜାର ୦୦୮। ଆକ୍ଟିଭ କେସ୍‌ ରହିଛି ୨ ହଜାର ୨୦୨।

ଅନ୍ଯପଟେ ରାଜ୍ଯରେ ଆଜି ଜଣଙ୍କର ଜୀବନ ନେଇଛି କରୋନା । ତେବେ ଏହାକୁ ମିଶାଇ ରାଜ୍ଯରେ ସମୁଦାୟ କରୋନା ମୃତ୍ୟୁସଂଖ୍ଯା ୧୮୮୮କୁ ବୃଦ୍ଧି ପାଇଛି। ମୃତକ ଜଣଙ୍କ ଖୋର୍ଦ୍ଧା ଜିଲ୍ଲାର ୭୦ ବର୍ଷିୟ ବୃଦ୍ଧ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.