ରାଜ୍ଯରେ ଆଜି ୨୩୧ କରୋନା ପଜିଟିଭ୍ ଚିହ୍ନଟ, ଯାଇନି କାହାର ଜୀବନ

ଭୁବନେଶ୍ବର: ସାରା ରାଜ୍ୟ ପାଇଁ ଏକ ବଡ଼ ଖୁସି ଖବର । ଆଜି ଓଡ଼ିଶାରେ କରୋନାରେ କେହି ମୃତ୍ୟୁବରଣ କରି ନାହାନ୍ତି । ରାଜ୍ଯରେ ଆଜି ୨୩୧ କରୋନା ପଜିଟିଭ୍ ଚିହ୍ନଟ। ଏମାନଙ୍କ ଭିତରୁ କ୍ବାରେଣ୍ଟାଇନ୍ ସେଣ୍ଟରରୁ ୧୩୩, ଏବଂ ଲୋକାଲ୍ କେସରୁ ୯୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୦ହଜାର ୯୨୧କୁ ବୃଦ୍ଧି ପାଇଛି। ସେହିପରି ସୁସ୍ଥ ହେଲେଣି ପାଖାପାଖି ୩ ଲକ୍ଷ ୨୬ ହଜାର ୭୭୮। ଆକ୍ଟିଭ କେସ୍‌ ରହିଛି ୨ ହଜାର ୨୦୩।

ଅନ୍ଯପଟେ ରାଜ୍ଯରେ ଆଜି କାହାର ଜୀବନ ନେଇନି କରୋନା । ଦୀର୍ଘ ଛଅ ମାସ ଓଡିଶା ପାଇଁ ଏହା ନିହାତି ଏକ ଖୁସୀ ଖବର । ତେବେ  ରାଜ୍ଯରେ ସମୁଦାୟ କରୋନା ମୃତ୍ୟୁସଂଖ୍ଯା ୧୮୮୭ରେ ରହିଛି ।

NO DEATH IN COVID

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.