ରାଜ୍ୟରେ ଚିହ୍ନଟ ହେଲେ ଆଉ ୨୪୫ ନୂଆ କରୋନା ଆକ୍ରାନ୍ତ, ଖାଲି ଗଞ୍ଜାମରୁ ୯୬ ସଂକ୍ରମିତ

ଭୁବନେଶ୍ବର: ରାଜ୍ୟରେ ଚିହ୍ନଟ ହେଲେ ଆଉ ୨୪୫ ନୂଆ କରୋନା ଆକ୍ରାନ୍ତ । ଏହାକୁ ମିଶରଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୮୫୯ରେ ପହଞ୍ଚିଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏମାନଙ୍କ ଭିତରୁ କ୍ୱାରେଣ୍ଟାଇନ ସେଣ୍ଟରୁ ୨୧୪ ଜଣ ଓ ଲୋକାଲ୍ କେସରୁ ୩୧ଜଣ ଚିହ୍ନଟ। ୧୯ଟି ଜିଲ୍ଲାରୁ ୨୪୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

୨୪୫ କରୋନା ଆକ୍ରାନ୍ତଙ୍କ ଭିତରୁ ଗଞ୍ଜାମ ଜିଲ୍ଲାରୁ ସବର୍ବାଧିକ ୯୬ ଚିହ୍ନଟ ହୋଇଥିବାବେଳେ, ବାଲେଶ୍ୱରରୁ ୨, ବରଗଡରୁ ୧୦, ଭଦ୍ରକରୁ ୨, କଟକରୁ ୭, ଗଜପତିରୁ ୭, ଢେଙ୍କାନାଳରୁ ୩, ଜଗତସିଂହପୁରରୁ ୯, ଯାଜପୁରରୁ ୪୦, ଝାରସୁଗୁଡାରୁ ୧, କେନ୍ଦ୍ରାପଡାରୁ ୮, କେନ୍ଦୁଝରରୁ ୭, ଖୋର୍ଦ୍ଧାରୁ ୨୮, ମୟୂରଭଞ୍ଜରୁ ୫, ନବରଙ୍ଗପୁରରୁ ୭, ନୟାଗଡରୁ ୩, ରାୟଗଡାରୁ ୧, ସୋନପୁରରୁ ୧, ସୁନ୍ଦରଗଡରୁ ୬ ଚିହ୍ନଟ ହୋଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.