ଆଜି ପୁଣି ନୂଆ ୨୬ କରୋନା ଆକ୍ରାନ୍ତ ଚିହ୍ନଟ, ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୪୫କୁ ବୃଦ୍ଧି

ଭୁବନେଶ୍ୱର (କେନ୍ୟୁଜ) : ପ୍ରଥମେ ବିଶ୍ଵ ତାପରେ ଦେଶ ଏବଂ ବର୍ତ୍ତମାନ ଓଡ଼ିଶାକୁ ନିଜ ଅକ୍ତିଆରରେ କରୁଛି କିଲର ଭାଇରସ କରୋନା। ଆଜି ରାଜ୍ୟରେ ନୂଆ ୨୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ମିଳିଛି। ଆକ୍ରାନ୍ତଙ୍କ ମଧ୍ୟରେ ୧୯ ଜଣ ଗଂଜାମ, ୫ ଜଣ କେନ୍ଦ୍ରାପଡା ଏବଂ ୨ ଜଣ ଭଦ୍ରକ ଜିଲ୍ଲାର ବୋଲି ଜଣାପଡିଛି। ଏହି ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତ ସଂଖ୍ୟା ୨୪୫କୁ ବୃଦ୍ଧି ପାଇଛି।

ଏଥିସହିତ ଗଞ୍ଜାମ ଜିଲ୍ଲାରେ କରୋନା ଆକ୍ରାନ୍ତ ସଂଖ୍ୟା ୪୭ରେ ପହଁଚିଛି ଏବଂ ସମସ୍ତ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି। ସେହିପରି କେନ୍ଦ୍ରାପଡା ଜିଲ୍ଲାର ଆକ୍ରାନ୍ତଙ୍କ ସଂଖ୍ୟା ୮ ଏବଂ ଏମାନଙ୍କ ମଧ୍ୟରୁ ଦୁଇ ସୁସ୍ଥ ହୋଇଥିବାବେଳେ ୬ ସକ୍ରିୟ ଅଛନ୍ତି। ଭଦ୍ରକରେ ଏହି ସଂଖ୍ୟା ୨୩ରେ ପହଁଚିଛି, ସେମାନଙ୍କ ମଧ୍ୟରୁ ୧୨ ଜଣ ସୁସ୍ଥ ହୋଇଥିବାବେଳେ ୧୧ ଜଣ ଚିକିତ୍ସାଧୀନ ଅଛନ୍ତି। ଭଦ୍ରକରେ ଦୁଇ ନୂଆ ଆକ୍ରାନ୍ତ ଧାମନଗର ଏବଂ ବାସୁଦେବପୁର ବ୍ଲକର ବୋଲି ଜଣାପଡିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.