ରାଜ୍ଯରେ ଆଜି ୨୬୭୩ କରୋନା ପଜିଟିଭ୍ ଚିହ୍ନଟ, ଗଲା ୧୬ଜଣଙ୍କ ଜୀବନ

ଭୁବନେଶ୍ବର: ରାଜ୍ଯରେ ଆଜି ୨୬୭୩ କରୋନା ପଜିଟିଭ୍ ଚିହ୍ନଟ। କ୍ୱାରେଣ୍ଟାଇନ୍‌ରୁ ୧୫୫୪ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ୍‌ ରହିଛି ୧୧୧୯ । ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୪୮ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେହିପରି କଟକରୁ ୨୧୪, ନୂଆପଡ଼ାରୁ ୧୫୯, କେନ୍ଦ୍ରାପଡ଼ାରୁ ୧୫୧, ଅନୁଗୁଳରୁ ୧୨୬, ପୁରୀରୁ ୧୨୪ ଓ ମୟୂରଭଞ୍ଜରୁ ୧୦୦ ଜଣ ସଂକ୍ରମିତ ରହିଛନ୍ତି । ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ପଜିଟିଭ୍‌ ୨ଲକ୍ଷ ୩୮ ହଜାର ୩କୁ ବୃଦ୍ଧି ପାଇଛି। ବର୍ତ୍ତମାନ ସୁଦ୍ଧା ୨ ଲକ୍ଷ ୨ ହଜାର ୩୦୨ ଜଣ ସୁସ୍ଥ ହୋଇଥିବା ବେଳେ ଆକ୍ଟିଭ କେସ୍‌ ରହିଛି ୩୨ ହଜାର ୫୧ ।

ରାଜ୍ୟରେ ଆଉ ୧୬ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। କଟକ ଓ ପୁରୀରୁ ୩ ଜଣ ଲେଖାଏଁ ମୃତ୍ୟୁ ବରଣ କରିଛନ୍ତି । ବାଲେଶ୍ୱରରୁ ୪ ଜଣ ପ୍ରାଣ ହରାଇଥିବା ବେଳେ ଖୋର୍ଦ୍ଧାରୁ ୩ ଓ କଟକରୁ ୨ ଜଣ ପ୍ରାଣ ହରାଇଛନ୍ତି। ଏହାବାଦ୍‌ ଅନୁଗୁଳ, ବୌଦ୍ଧ, ନୟାଗଡ଼, ମୟୂରଭଞ୍ଜ, ନବରଙ୍ଗପୁର, ପୁରୀ ଓ ସୁବର୍ଣ୍ଣପୁରରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ଜୀବନ ନେଇଛି ଭାଇରସ୍‌ । ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୯୪୦କୁ ବୃଦ୍ଧି ପାଇଛି।

Leave A Reply

Your email address will not be published.