ରାଜ୍ୟରେ ଆଉ ୨୬୯୭ କରୋନା ପଜିଟିଭ୍‌ ଚିହ୍ନଟ, ଗଲା ୧୭ଜଣଙ୍କ ଜୀବନ

ଭୁବନେଶ୍ବର: ରାଜ୍ୟରେ ଆଉ ୨୬୯୭ କରୋନା ପଜିଟିଭ୍‌ ଚିହ୍ନଟ। କ୍ୱାରେଣ୍ଟାଇନ୍‌ରୁ ୧୫୭୬ ଥିବାବେଳେ ଲୋକାଲ କଣ୍ଟାକ୍ଟ କେସ୍‌ ରହିଛି ୧୧୨୧। ଖୋର୍ଦ୍ଧାରୁ ଆଜି ମଧ୍ୟ ସର୍ବାଧିକ ୪୮୨ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। କଟକରୁ ୨୩୪, ନୂଆପଡ଼ାରୁ ୧୫୩, ମୟୂରଭଞ୍ଜରୁ ୧୩୪ ଆକ୍ରାନ୍ତ ରହିଛନ୍ତି।

ସୁନ୍ଦରଗଡ଼ରୁ ୧୨୦, ଯାଜପୁରରୁ ୧୧୮ ଓ ବାଲେଶ୍ୱରରେ ରହିଛନ୍ତି ୧୧୫ ନୂଆ ପଜିଟିଭ୍‌। ସମ୍ବଲପୁର ଓ ଅନୁଗୁଳରୁ ୧୦୭ ଲେଖାଏଁ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ପଜିଟିଭ୍‌ ୨,୪୬,୮୩୯କୁ ବୃଦ୍ଧି ପାଇଛି। ୨୮ହଜାର ୮୧୧ଜଣ ଚିକିତ୍ସିତ ହେଉଥିବାବେଳେ ୨ଲକ୍ଷ ୧୬ହଜାର ୯୮୪ଜଣ ସୁସ୍ଥ ହୋଇଛନ୍ତି।

ଏହାସହ ଆଜି କରୋନାରେ ଆଉ ୧୭ ମୃତ୍ଯୁ ହୋଇଛି । ବାଲେଶ୍ୱରରୁ ୩ ଜଣଙ୍କର ମୃତ୍ୟୁ ହୋଇଛି। ଖୋର୍ଦ୍ଧାରୁ ୪ ଜଣଙ୍କର ମୃତ୍ୟୁ ହୋଇଛି। ତା ମଧ୍ୟରୁ ଭୁବନେଶ୍ୱରରୁ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ମୟୂରଭଞ୍ଜ ଓ ପୁରୀରୁ ଦୁଇ ଜଣ ଲେଖାଏଁଙ୍କର ମୃତ୍ୟୁ ହୋଇଛି।

ସେହିପରି ବରଗଡ , କଳାହାଣ୍ଡି, କନ୍ଧମାଳ, ମାଲକାନଗିରି , ନୟାଗଡ ଓ ସୁବର୍ଣ୍ଣପୁରରୁ ଜଣେ ଲେଖାଏଁଙ୍କର ମୃତ୍ୟୁ ହୋଇଛି। ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୯୯୧ରେ ପହଁଞ୍ଚିଛି।.

 

 

Leave A Reply

Your email address will not be published.