ଆଜି ରାଜ୍ଯରେ ୨୮୧୯ କରୋନା ପଜିଟିଭ୍‌ ଚିହ୍ନଟ, ଗଲା ୯ଜଣଙ୍କ ଜୀବନ

ଭୁବନେଶ୍ବର: ଆଜି ରାଜ୍ଯରେ ୨୮୧୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସମୁଦାୟ ୨୯ଟି ଜିଲ୍ଲାରୁ ଏହି ସମସ୍ତ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରୁ କ୍ବାରେଣ୍ଟାଇନରୁ ୧୬୧୯ ଏବଂ ଲୋକାଲ୍ କେସରୁ ୧୧୨୮ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ଯରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ଯା ୭୫,୫୩୭ ରେ ପହଁଚିଛି। ଏମାନଙ୍କ ୫୦,୫୦୩ ସୁସ୍ଥ ହୋଇ ସାରିଥବା ବେଳେ, ବିଭିନ୍ନ କୋଭିଡ୍ ହସ୍ପିଟାଲରେ ୨୪୫୮୨ ଜଣ ଚିକିତ୍ସିତ ହେଉଛନ୍ତି । ତେବେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୪୩ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ସେହିପରି ଅନୁଗୁଳରୁ ୨୩, ବାଲେଶ୍ବରରୁ ୧୦୫, ବରଗଡରୁ ୧୩୬, ଭଦ୍ରକରୁ ୭୭, ବଲାଙ୍ଗିରରୁ ୫୬, ବୌଦ୍ଧରୁ ୬, କଟକରୁ ୨୫୭, ଢେଙ୍କାନାଳରୁ ୧୦୦, ଗଜପତିରୁ ୬୨, ଗଞ୍ଜାମରୁ ୧୯ ୨, ଜଗତସିଂହପୁରରୁ ୪୮, ଯାଜପୁରରୁ ୧୨୦, ଝାରସୁଗୁଡା ୬୩, କଳାହାଣ୍ଡିରୁ ୫୫, କନ୍ଧମାଳରୁ ୪୪, କେନ୍ଦ୍ରାପଡାରୁ ୬୨, କେନ୍ଦୁଝରରୁ ୭, କୋରାପୁଟରୁ ୮୧, ମାଲକାନଗିରିରୁ ୮୩, ମୟୁରଭଞ୍ଜରୁ ୨୧୯, ନବରଙ୍ଗପୁରରୁ ୪୩, ନୟାଗଡରୁ ୬୪, ନୂଆପଡାରୁ ୧, ପୁରୀରୁ ୧୦୯, ରାୟଗଡାରୁ ୧୪୭, ସମ୍ବଲପୁରରୁ ୧୪୫, ସୋନପୁରରୁ ୧୪ ଏବଂ ସୁନ୍ଦରଗଡରୁ ୫୭ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

ଏହା ସହିତ ରାଜ୍ୟରେ ଆଉ ୯ ଜୀବନ ନେଲା କରୋନା । କଟକରୁ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ, ସୁନ୍ଦରଗଡରୁ ଦୁଇ, ବଲାଙ୍ଗିରରୁ ଜଣେ, ଗଞ୍ଜାମରୁ ଜଣେ, ମାଲକାନଗିରିରୁ ଜଣେ, ରାୟଗଡ଼ାରୁ ଜଣେ ମୃତ୍ୟୁ ବରଣ କରିଛନ୍ତି। ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ୩୯୯ରେ ପହଞ୍ଚିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.