ରାଜ୍ୟରେ ଉପର ମୁହାଁ କରୋନା: ଆଜି ଆଉ ୨୯୮୯ ନୂଆ ପଜିଟିଭ୍‌ ଚିହ୍ନଟ, ଗଲା ୨ଜଣଙ୍କ ଜୀବନ

ଭୁବନେଶ୍ବର: ରାଜ୍ୟରେ ଆଜି ଆଉ ୨୯୮୯ ନୂଆ କରୋନା ପଜିଟିଭ୍‌ ଚିହ୍ନଟ। କ୍ୱାରେଣ୍ଟାଇନ୍‌ରୁ ୧୭୩୩ ଓ ଲୋକାଲ କଣ୍ଟାକ୍ଟ କେସ୍‌ ରହିଛି ୧୨୫୬। ସୁନ୍ଦରଗଡ ଜିଲ୍ଲାରୁ ସର୍ବାଧିକ ୬୩୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେହିପରି ଅନୁଗୁଳରୁ ୬୫,ବାଲେଶ୍ବରରୁ ୮୩, ବରଗଡରୁ ୧୨୬, ଭଦ୍ରକରୁ ୩୪, ବଲାଙ୍ଗିରରୁ ୧୧୦,ବୌଦ୍ଧରୁ ୧୦,କଟକରୁ ୨୦୮, ଦେଓଗଡରୁ ୨୩, ଢେଙ୍କାନାଳରୁ ୨୧, ଗଜପତିରୁ ୧୫,ଗଞ୍ଜାମରୁ ୬୩,ଜଗତସିଂହପୁରରୁ ୨୪,ଯାଜପୁରରୁ ୫୧, ଝାରସୁଗୁଡାରୁ ୮୪, କଳାହାଣ୍ଡିରୁ ୨୬୦,କନ୍ଧମାଳରୁ ୮, କେନ୍ଦ୍ରାପଡାରୁ ୧୧, କେନ୍ଦୁଝରରୁ ୭୭, ଖୋର୍ଦ୍ଧାରୁ ୪୩୮,କୋରାପୁଟରୁ ୧୪,ମାଲକାନଗିରିରୁ ୨, ମୟୁରଭଞ୍ଜରୁ ୩୮,ନବରଙ୍ଗପୁରରୁ ୪୩,ନୟାଗଡରୁ ୧୨, ନୂଆପଡାରୁ ୧୫୧, ପୁରୀରୁ ୧୧୨, ରାୟଗଡାରୁ ୨୭,ସମ୍ବଳପୁରରୁ ୧୪୮, ସୋନପୁରରୁ ୬, ଏବଂ ଷ୍ଟେଟ ପୁଲରୁ ୯୪ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଏହାସହିତ ରାଜ୍ଯରେ ଏହାକୁ ମିଶାଇ ସମୁଦାୟ ପଜିଟିଭ୍ ସଂଖ୍ଯା ୩,୫୮,୩୪୨ରେ ପହଁଚିଥିବାବେଳେ, ସୁସ୍ଥ ହେଲେଣି ୩,୪୧,୭୩୩ ଜଣ । ବର୍ତ୍ତମାନ ରାଜ୍ଯରେ ଆକ୍ଟିଭ୍ କେସ୍ ରହିଛି ୧୪,୬୨୧ ।

ଅନ୍ଯପଟେ ଆଜି ରାଜ୍ଯରେ କରୋନା ନେଲା ୨ଜଣଙ୍କ ଜୀବନ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.