ମୟୁରଭଞ୍ଜରୁ ୩ କରୋନା ପଜିଟିଭ୍ ଚିହ୍ନଟ, ରାଜ୍ଯରେ ମୋଟ ସଂକ୍ରମିତଙ୍କ ସଂଖ୍ଯା ୨୮୭ ବୃଦ୍ଧି

ମୟୁରଭଞ୍ଜ: ମୟୁରଭଞ୍ଜରୁ ଆଉ ୩ କରୋନା ପଜିଟିଭ୍ ଚିହ୍ନଟ। ରାଜ୍ଯରେ ମୋଟ ସଂକ୍ରମିତଙ୍କ ସଂଖ୍ଯା ୨୮୭ ବୃଦ୍ଧି ପାଇଛି । ଏହାକୁ ମିଶାଇ ମୟୂଭଞ୍ଜରେ ଆକ୍ରାନ୍ତଙ୍କ ସଂଖ୍ୟା ୭ରେ ପହଁଚିଛି । ଆଜି ସକାଳୁ ରାଜ୍ୟରେ ଏକାଥରକେ ୧୪ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ତେବେ ବର୍ତ୍ତମାନ ରାଜ୍ଯରେ ୨୨୨ଟି ଆକ୍ଟିଭ୍‌ କେସ୍‌ ଥିବାବେଳେ ୬୩ ଜଣ ସୁସ୍ଥ ହୋଇ ଘରକୁ ଫେରିସାରିଛନ୍ତି । ରାଜ୍ଯରେ ୨ ଜଣଙ୍କ କରୋନରେ ମୃତ୍ୟୁ ହୋଇଛି ।

odisha

ସୁଚନା ଥାଉକି, ରାଜ୍ୟର ଗଞ୍ଜାମ ଜିଲ୍ଲାରେ ୮୩, ଯାଜପୁରରେ ୫୫, ଖୋର୍ଦ୍ଧାରେ ୫୦, ବାଲେଶ୍ୱରରେ ୨୭ ଏବଂ ଭଦ୍ରକରେ ୨୫ ଟି ପଜିଟିଭ ବାହାରିଛି । ଏହି ୫ ଜିଲ୍ଳାରେ ମୋଟ ୨୪୦ ଆକ୍ରାନ୍ତ ଅଛନ୍ତି । ରାଜ୍ୟରେ ମୋଟ ସଂକ୍ରମିତଙ୍କ ମଧ୍ୟରୁ ଏହି ୫ଟି ଜିଲ୍ଲାରେ ପଜିଟିଭ୍‌ଙ୍କ ସଂଖ୍ୟା ୮୫ ପ୍ରତିଶତ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.