ଆଜି ରାଜଧାନୀରୁ ୩୧୨ ନୂଆ ପଜିଟିଭ ଚିହ୍ନଟ, ସୁସ୍ଥ ହେଲେ ୩୨୯

ଆଜି ରାଜଧାନୀ ଭୁବନେଶ୍ୱରରୁ ୩୧୨ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜଧାନୀରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୨ ହଜାର ୫୪୭ କୁ ବୃଦ୍ଧି ପାଇଛି । ଏମଧ୍ୟରୁ ୧୮ ହଜାର ୯୧୪ ଜଣ ସୁସ୍ଥ ହୋଇ ଫେରିଥିବା ବେଳେ ୩୫୧୪ ଟି ଆକ୍ଟିଭ କେଶ ରହିଛି । କହିରଖିବା ଉଚିତ ହେବକି ଏଯାବତ ରାଜଧାନୀରୁ ୧୦୦ ଜଣ ପ୍ରାଣ ହରାଇ ସାରିଲେଣି । ସୂଚନା ଦେବା ଉଚିତ ହେବକି, ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୫୮ ଜଣ କ୍ଵାରେଣ୍ଟୀନ ସେଣ୍ଟରର ବୋଲି ଜଣାଯାଇଛି ।

ଯେବେକି ୫୮ ଜଣ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଛନ୍ତି । ଲୋକାଲ କଣ୍ଟାକଟରୁ ୨୫୪ ଜଣ ଆକ୍ରାନ୍ତ ହୋଇଥିବା ନେଇ ଜଣାଯାଇଛି । କିନ୍ତୁ ଅନ୍ୟପକ୍ଷରେ ସଂକ୍ରମିତ ଠାରୁ ସୁସ୍ଥ ସଂଖ୍ୟା ପାର ହୋଇଛି । ଗତ ୨୪ ଘଣ୍ଟାରେ ରାଜଧାନୀରୁ ୩୨୯ ଜଣ ସୁସ୍ଥତା ଲାଭ କରିଛନ୍ତି |