ରାଜ୍ଯରେ ଆଜି ୩୧୯ କରୋନା ପଜିଟିଭ୍ ଚିହ୍ନଟ, ମୃତ୍ୟୁ ସଂଖ୍ୟା ୧୮୪୩କୁ ବୃଦ୍ଧି

ଭୁବନେଶ୍ବର: ରାଜ୍ଯରେ ଆଜି ୩୧୯ କରୋନା ପଜିଟିଭ୍ ଚିହ୍ନଟ। ଏମାନଙ୍କ ଭିତରୁ କ୍ବାରେଣ୍ଟାଇନ୍ ସେଣ୍ଟରରୁ ୧୮୪, ଏବଂ ଲୋକାଲ୍ କେସରୁ ୧୩୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୨୬ହଜାର ୯୧୫କୁ ବୃଦ୍ଧି ପାଇଛି। ସେହିପରି ସୁସ୍ଥ ହେଲେଣି ପାଖାପାଖି ୩ ଲକ୍ଷ ୨୧ ହଜାର ୯୫୬। ଆକ୍ଟିଭ କେସ୍‌ ରହିଛି ୩ ହଜାର ୦୬୩।

ଅନ୍ଯପଟେ ଆଜି ରାଜ୍ଯରେ ଗଲା ୪ ଜଣ କରୋନା ସଂକ୍ରମିତଙ୍କ ଜୀବନ।  ଏମାନଙ୍କ ଭିତରୁ ଭୁବନେଶ୍ବର,ଯାଜପୁର,କଳାହାଣ୍ଡି ଓ ପୁରୀରୁ ଜଣେ ଆକ୍ରାନ୍ତଙ୍କ ଜୀବନ ନେଇଛି କରୋନା। ଏହାକୁ ମିଶାଇ ରାଜ୍ୟରେ ସମୁଦାୟ ମୃତ୍ୟୁ ସଂଖ୍ୟା ୧୮୪୩କୁ ବୃଦ୍ଧି ପାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.