ରାଜ୍ଯରେ ଆଜି ୩୨୬୭ କରୋନା ପଜିଟିଭ୍ ଚିହ୍ନଟ: ଖୋର୍ଦ୍ଧାରୁ ସର୍ବାଧିକ ୮୫୯ ଆକ୍ରାନ୍ତ, ଗୋଟିଏ ଦିନରେ ଗଲା ୯ଜୀବନ

ଭୁବନେଶ୍ବର: ଆଜି ରାଜ୍ଯରେ ୩୨୬୭ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସମୁଦାୟ ୩୦ଟି ଜିଲ୍ଲାରୁ ଏହି ସମସ୍ତ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରୁ କ୍ବାରେଣ୍ଟାଇନରୁ ୧୯୬୧ ଏବଂ ଲୋକାଲ୍ କେସରୁ ୧୩୦୬ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ଯରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ଯା ୧,୧୬,୬୭୮ ରେ ପହଁଚିଛି। ଏମାନଙ୍କ ୮୭,୩୫୧ ସୁସ୍ଥ ହୋଇ ସାରିଥବା ବେଳେ, ବିଭିନ୍ନ କୋଭିଡ୍ ହସ୍ପିଟାଲରେ ୨୮,୭୪୩ ଜଣ ଚିକିତ୍ସିତ ହେଉଛନ୍ତି । ତେବେ ଖୋର୍ଦ୍ଧା ଜିଲ୍ଲାରୁ ୮୫୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ସେହିପରି ଅନୁଗୁଳରୁ ୬୦, ବାଲେଶ୍ବରରୁ ୯, ବରଗଡରୁ ୧୨୦, ଭଦ୍ରକରୁ ୧୩୮, ବଲାଙ୍ଗିରରୁ ୪୩, ବୌଦ୍ଧରୁ ୪୪, କଟକରୁ ୩୮୪, ଦେଓଗଡ ୨୩,ଢେଙ୍କାନାଳରୁ ୧୮, ଗଜପତିରୁ ୧୮, ଗଞ୍ଜାମରୁ ୯୭, ଜଗତସିଂହପୁରରୁ ୬୬, ଯାଜପୁରରୁ ୨୩, ଝାରସୁଗୁଡା ୩୭, କଳାହାଣ୍ଡିରୁ ୩୭, କନ୍ଧମାଳରୁ ୨୭, କେନ୍ଦ୍ରାପଡାରୁ ୫୧, କେନ୍ଦୁଝରରୁ ୧୦୭, କୋରାପୁଟରୁ ୮୩, ମାଲକାନଗିରିରୁ ୧୭, ମୟୁରଭଞ୍ଜରୁ ୧୩୪, ନବରଙ୍ଗପୁରରୁ ୮୫, ନୟାଗଡରୁ ୭୦, ନୂଆପଡାରୁ ୪୦, ପୁରୀରୁ ୨୩୫, ରାୟଗଡାରୁ ୧୬୯, ସମ୍ବଲପୁରରୁ ୮୦, ସୋନପୁରରୁ ୬୬ ଏବଂ ସୁନ୍ଦରଗଡରୁ ୧୨୭ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

ସେହିପରି ଆଜି ରାଜ୍ୟରେ ଆଉ ୯ ଜଣଙ୍କ ଜୀବନ ନେଲା ମାରାତ୍ମକ କରୋନା ଭାଇରସ୍‌ । ଏମାନଙ୍କ ଭିତରୁ ବଲାଙ୍ଗିର,କଟକ ଓ ଗଞ୍ଜାମରୁ ୨ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ସେହିପରି ଭୁବନେଶ୍ବର,ଖୋର୍ଦ୍ଧା ଓ ରାୟଗଡାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୫୩୧ ମୃତ୍ୟୁକୁ ବୃଦ୍ଧି ପାଇଛି ।

Leave A Reply

Your email address will not be published.