ଆଜି ରାଜ୍ଯରେ ସର୍ବାଧିକ ୩୩୭୧ କରୋନା ପଜିଟିଭ୍ ଚିହ୍ନଟ, ଦିନକରେ ୧୩ ଜଣଙ୍କ ଜୀବନ ନେଲା ମାରାତ୍ମକ ଭାଇରସ୍

ଭୁବନେଶ୍ବର: ଆଜି ରାଜ୍ଯରେ ୩୩୭୧ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସମୁଦାୟ ୩୦ଟି ଜିଲ୍ଲାରୁ ଏହି ସମସ୍ତ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରୁ କ୍ବାରେଣ୍ଟାଇନରୁ ୨୦୫୩ଏବଂ ଲୋକାଲ୍ କେସରୁ ୧୩୧୮ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ଯରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ଯା ୮୭,୬୦୨ ରେ ପହଁଚିଛି। ଏମାନଙ୍କ ୫୯,୪୭୦ ସୁସ୍ଥ ହୋଇ ସାରିଥବା ବେଳେ, ବିଭିନ୍ନ କୋଭିଡ୍ ହସ୍ପିଟାଲରେ ୨୭,୬୩୮ ଜଣ ଚିକିତ୍ସିତ ହେଉଛନ୍ତି । ତେବେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୪୭ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ସେହିପରି ଅନୁଗୁଳରୁ ୬୩, ବାଲେଶ୍ବରରୁ ୯୮, ବରଗଡରୁ ୯୮, ଭଦ୍ରକରୁ ୧୧୪, ବଲାଙ୍ଗିରରୁ ୭୬, ବୌଦ୍ଧରୁ ୪, କଟକରୁ ୩୫୭,ଦେଓଗଡରୁ ୮, ଢେଙ୍କାନାଳରୁ ୬୭, ଗଜପତିରୁ ୪୧, ଗଞ୍ଜାମରୁ ୧୯୬, ଜଗତସିଂହପୁରରୁ ୯୫, ଯାଜପୁରରୁ ୧୭୩, ଝାରସୁଗୁଡା ୯୩, କଳାହାଣ୍ଡିରୁ ୨୮, କନ୍ଧମାଳରୁ ୪୧, କେନ୍ଦ୍ରାପଡାରୁ ୭୬, କେନ୍ଦୁଝରରୁ ୭୪, କୋରାପୁଟରୁ ୯୧, ମାଲକାନଗିରିରୁ ୧୩୪, ମୟୁରଭଞ୍ଜରୁ ୯୨, ନବରଙ୍ଗପୁରରୁ ୬୫, ନୟାଗଡରୁ ୧୭୧, ନୂଆପଡାରୁ ୧୫, ପୁରୀରୁ ୧୪୪, ରାୟଗଡାରୁ ୧୪୬, ସମ୍ବଲପୁରରୁ ୧୦୭, ସୋନପୁରରୁ ୩ ଏବଂ ସୁନ୍ଦରଗଡରୁ ୧୫୪ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

ସେହିପରି ରାଜ୍ୟରେ ଆଉ ୧୩ ଜଣଙ୍କ ଜୀବନ ନେଲା ମାରାତ୍ମକ କରୋନା ଭାଇରସ୍‌ । ସମ୍ବଲପୁର ଓ ସୁନ୍ଦରଗଡ଼ରୁ ୩ ଜଣ ଲେଖାଏଁ ଆକ୍ରାନ୍ତଙ୍କ ଜୀବନ ଯାଇଛି । ସେହିପରି ଗଞ୍ଜାମ ଓ କଟକରୁ ୨ ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ। ସେହିପରି ପୁରୀ, ଖୋର୍ଦ୍ଧା ଓ କେନ୍ଦୁଝର ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୪୪୧କୁ ବୃଦ୍ଧି ପାଇଛି ।

Leave A Reply

Your email address will not be published.