ରାଜ୍ଯରେ ଆଜି ସର୍ବାଧିକ ୩୩୮୪ ପଜିଟିଭ୍ ଚିହ୍ନଟ, ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ଯା ୯୦ ହଜାର ପାର୍

ଭୁବନେଶ୍ବର: ଆଜି ରାଜ୍ଯରେ ସର୍ବାଧିକ ୩୩୮୪ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସମୁଦାୟ ୩୦ଟି ଜିଲ୍ଲାରୁ ଏହି ସମସ୍ତ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରୁ କ୍ବାରେଣ୍ଟାଇନରୁ ୨୧୨୮ ଏବଂ ଲୋକାଲ୍ କେସରୁ ୧୨୫୬ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ଯରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ଯା ୯୦,୯୮୬ ରେ ପହଁଚିଛି। ଏମାନଙ୍କ ୬୨,୮୧୩ ସୁସ୍ଥ ହୋଇ ସାରିଥବା ବେଳେ, ବିଭିନ୍ନ କୋଭିଡ୍ ହସ୍ପିଟାଲରେ ୨୭,୬୭୨ ଜଣ ଚିକିତ୍ସିତ ହେଉଛନ୍ତି । ତେବେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୮୭ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ସେହିପରି ଅନୁଗୁଳରୁ ୧୩, ବାଲେଶ୍ବରରୁ ୧୧୯, ବରଗଡରୁ ୧୫୭, ଭଦ୍ରକରୁ ୮୨, ବଲାଙ୍ଗିରରୁ ୯୯, ବୌଦ୍ଧରୁ ୫, କଟକରୁ ୪୯୨,ଦେଓଗଡରୁ ୧୬, ଢେଙ୍କାନାଳରୁ ୬୦, ଗଜପତିରୁ ୯, ଗଞ୍ଜାମରୁ ୧୭୭, ଜଗତସିଂହପୁରରୁ ୪୩, ଯାଜପୁରରୁ ୧୭୬, ଝାରସୁଗୁଡା ୯୪, କଳାହାଣ୍ଡିରୁ ୨୭, କନ୍ଧମାଳରୁ ୫୮, କେନ୍ଦ୍ରାପଡାରୁ ୭୬, କେନ୍ଦୁଝରରୁ ୬୩, କୋରାପୁଟରୁ ୮୯, ମାଲକାନଗିରିରୁ ୪୪, ମୟୁରଭଞ୍ଜରୁ ୧୭୭, ନବରଙ୍ଗପୁରରୁ ୩୧, ନୟାଗଡରୁ ୭୬, ନୂଆପଡାରୁ ୧୯, ପୁରୀରୁ ୧୨୧, ରାୟଗଡାରୁ ୧୫୪, ସମ୍ବଲପୁରରୁ ୧୮୨, ସୋନପୁରରୁ ୩୭ଏବଂ ସୁନ୍ଦରଗଡରୁ ୧୦୧ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.