ଦେଶରେ ଆଜି ଦିନକରେ ୩୪ ହଜାର ୮୮୪ ନୂଆ ଆକ୍ରାନ୍ତ ଚିହ୍ନଟ, ମୋଟ୍ ମୃତ୍ୟୁ ସଂଖ୍ୟା ୨୬ ହଜାର ପାର୍

ନୂଆଦିଲ୍ଲୀ: ଦେଶରେ ଦ୍ରୁତ ଗତିରେ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ଦିନକରେ ଆଉ ୩୪ ହଜାର ୮୮୪ ନୂଆ କେସ୍‌ ସାମ୍ନାକୁ ଆସିଛି । ୬୭୧ ଜଣଙ୍କ ଜୀବନ ଯାଇଛି । ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୨୬ ହଜାର ପାର କରିଛି । ୨୬ ହଜାର ୨୭୩ ଜଣଙ୍କ ମୃତ୍ୟୁ ହୋଇସାରିଲାଣି । ସେହିପରି ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୩୮ ହଜାର ୭୧୬କୁ ବୃଦ୍ଧି ପାଇଛି ।

ଆକ୍ଟିଭ୍‌ କେସ୍‌ ରହିଛି ୩ ଲକ୍ଷ ୫୮ ହଜାର ୬୯୨ । ୬ ଲକ୍ଷ ୫୩ ହଜାର ୭୫୧ ଜଣ କରୋନାରୁ ସୁସ୍ଥ ହୋଇସାରିଲେଣି । ମହାରାଷ୍ଟ୍ରରେ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୯୨ ହଜାର ୫୮୯ ହେଲାଣି । ରାଜ୍ୟରେ ୧୧ ହଜାର ୪୫୨ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି । ତାମିଲନାଡୁରେ ୧ ଲକ୍ଷ ୬୦ ହଜାରରୁ ଅଧିକ ଲୋକ ସଂକ୍ରମିତ ହୋଇଛନ୍ତି । ଦିଲ୍ଲୀରେ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୨୦ ହଜାର ପାର କଲାଣି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.