ରାଜ୍ଯରେ ଆଜି ୩୬୦୦ କରୋନା ପଜିଟିଭ୍ ଚିହ୍ନଟ, ଗଲା ଆଉ ୧୬ଜଣଙ୍କ ଜୀବନ

ଭୁବନେଶ୍ବର: ଆଜି ରାଜ୍ଯରେ ଆଜି ୩୬୦୦ କରୋନା ପଜିଟିଭ୍ ଚିହ୍ନଟ। କ୍ୱାରେଣ୍ଟାଇନ୍‌ରୁ ୨୧୦୯, ଲୋକାଲ କଣ୍ଟାକ୍ଟ କେସ୍‌ ୧୪୯୧ ରହିଛି । ଆଜି ଖୋର୍ଦ୍ଧାରୁ ସର୍ବାଧିକ ୭୬୬ ପଜିଟିଭ ଚିହ୍ନଟ ହୋଇଛନ୍ତି। ଦ୍ୱିତୀୟରେ ରହିଛି କଟକ। ଏହି ଜିଲ୍ଲାରୁ ୩୫୮ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ମୟୂରଭଞ୍ଜରୁ ୧୫୬, ଯାଜପୁରରୁ ୧୩୯, କେନ୍ଦ୍ରାପଡ଼ାରୁ ୧୨୯, ସୋନପୁରରୁ ୧୨୯, ସମ୍ବଲପୁରରୁ ୧୨୬, ନବରଙ୍ଗପୁରରୁ ୧୧୬, ପୁରୀରୁ ୧୧୫, ବାଲେଶ୍ୱରରୁ ୧୦୭, କେନ୍ଦୁଝରରୁ ୧୦୬, ଅନୁଗୁଳରୁ ୧୦୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ପଜିଟିଭ୍‌ ସଂଖ୍ୟା ୨ଲକ୍ଷ ୨୬ ହଜାର ୩୩୪କୁ ବୃଦ୍ଧି ପାଇଛି। ବର୍ତ୍ତମାନ ସୁଦ୍ଧା ୧ ଲକ୍ଷ ୯୦ ହଜାର ୮୦ ଜଣ ସୁସ୍ଥ ହୋଇଥିବା ବେଳେ ଆକ୍ଟିଭ କେସ୍‌ ରହିଛି ୩୫ ହଜାର ୩୨୬।

ଅନ୍ଯପଟେ ମହାମାରୀ କରୋନା ନେଲା ଆଉ ୧୬ ମୁଣ୍ଡ। ଖୋର୍ଦ୍ଧାରୁ ସର୍ବାଧିକ ୬ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ନୟାଗଡ଼ ଜିଲ୍ଲାରୁ ୩ ଆକ୍ରାନ୍ତଙ୍କ ଜୀବନ ନେଇଛି ଭାଇରସ୍‌। ବାଲେଶ୍ୱର ଓ କଟକରୁ ୨ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ବରଗଡ଼,ଜଗତସିଂହପୁର ଓ କଳାହାଣ୍ଡିରୁ ଜଣେ ଲେଖାଏଁଙ୍କ ମୃତ୍ୟୁ ହୋଇଛି। ଆଜିର ମୃତକଙ୍କୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ୮୭୫କୁ ବୃଦ୍ଧି ପାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.