ଆଜି ରାଜ୍ଯରେ ୩୬୪୫ କରୋନା ପଜିଟିଭ୍ ଚିହ୍ନଟ, ଗଲା ଆଉ ୮ଜଣଙ୍କ ଜୀବନ

ଭୁବନେଶ୍ବର: ଆଜି ରାଜ୍ଯରେ ୩୬୪୫ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରୁ କ୍ବାରେଣ୍ଟାଇନରୁ ୨୧୫୧ ଏବଂ ଲୋକାଲ୍ କେସରୁ ୧୪୯୪ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ଯରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ଯା ୧,୫୮,୬୩୦ରେ ପହଁଚିଛି। ଏମାନଙ୍କ ୧,୨୨,୦୨୪ ସୁସ୍ଥ ହୋଇ ସାରିଥିବା ବେଳେ, ବିଭିନ୍ନ କୋଭିଡ୍ ହସ୍ପିଟାଲରେ ୩୫,୯୨୮ ଜଣ ଚିକିତ୍ସିତ ହେଉଛନ୍ତି । ତେବେ ଖୋର୍ଦ୍ଧା ଜିଲ୍ଲାରୁ ୫୧୭ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ସେହିପରି ଅନୁଗୁଳରୁ ୩୯, ବାଲେଶ୍ବରରୁ ୧୫୬, ବରଗଡରୁ ୧୫୭, ଭଦ୍ରକରୁ ୧୪୩, ବଲାଙ୍ଗିରରୁ ୩୯, ବୌଦ୍ଧରୁ ୩୦, କଟକରୁ ୩୫୭, ଦେଓଗଡ ୧୫,ଢେଙ୍କାନାଳରୁ୬୮, ଗଜପତିରୁ ୯, ଗଞ୍ଜାମରୁ ୪୬, ଜଗତସିଂହପୁରରୁ ୯୫, ଯାଜପୁରରୁ ୧୧୬, ଝାରସୁଗୁଡା ୯୧, କଳାହାଣ୍ଡିରୁ ୭୯, କନ୍ଧମାଳରୁ ୯୫, କେନ୍ଦ୍ରାପଡାରୁ ୭୫, କେନ୍ଦୁଝରରୁ ୫୬, କୋରାପୁଟରୁ ୯୫, ମାଲକାନଗିରିରୁ ୩୩, ମୟୁରଭଞ୍ଜରୁ ୧୩୭, ନବରଙ୍ଗପୁରରୁ ୯୦, ନୟାଗଡରୁ ୩୮, ନୂଆପଡାରୁ ୯୦, ପୁରୀରୁ ୨୪୬, ରାୟଗଡାରୁ ୭୯, ସମ୍ବଲପୁରରୁ ୧୨୭, ସୋନପୁରରୁ ୯୯ ଏବଂ ସୁନ୍ଦରଗଡରୁ ୮୪ଜଣ , ଏହାସହ ଷ୍ଟେଟ୍ ପୁଲ୍ ରୁ ୩୪୪ଜଣ ଚିହ୍ନଟ ହୋଇଛନ୍ତି।

ସେହିପରି ଆଜି ରାଜ୍ୟରେ ଆଉ ୮ ଜଣଙ୍କ ଜୀବନ ନେଲା ମାରାତ୍ମକ କରୋନା ଭାଇରସ୍‌ । ଏମାନଙ୍କ ଭିତରୁ କଟକରୁ ୩ଜଣଙ୍କର ଜୀବନ ଯାଇଛି । ଏହାସହ ବୌଦ୍ଧ,କନ୍ଧମାଳ,ରାୟଗଡା,ସମ୍ବଲପୁର ଓ ସୁବର୍ଣ୍ଣପୁରରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୬୪୫ ମୃତ୍ୟୁକୁ ବୃଦ୍ଧି ପାଇଛି ।

Leave A Reply

Your email address will not be published.