ରାଜ୍ଯରେ ଆଜି ୩୭୭ ପଜିଟିଭ୍ ଚିହ୍ନଟ, ଆଖି ବୁଜିଲେ ୫ ସଂକ୍ରମିତ

ଭୁବନେଶ୍ବର: ରାଜ୍ଯରେ ଗତକାଲି ୪୩୪ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ, ଆଜି ୩୭୭ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ କ୍ବାରେଣ୍ଟାଇନ୍ ସେଣ୍ଟରରୁ ୨୧୫, ଏବଂ ଲୋକାଲ୍ କେସରୁ ୧୬୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ଲକ୍ଷ ୨୦ ହଜାର ୩୯୪ କୁ ବୃଦ୍ଧି ପାଇଛି। ସେହିପରି ସୁସ୍ଥ ହେଲେଣି ପାଖାପାଖି ୩ ଲକ୍ଷ ୧୪ ହଜାର ୦୨୩। ଆକ୍ଟିଭ କେସ୍‌ ରହିଛି ୪ହଜାର ୫୫୮।

ଅନ୍ଯପଟେ, ୨୪ ଘଣ୍ଟାରେ ରାଜ୍ୟରେ ଆଉ ୫ ଜଣ କରୋନା ଆକ୍ରାନ୍ତଙ୍କର ଜୀବନ ଯାଇଛି। ଏମାନଙ୍କ ଭିତରୁ କେନ୍ଦୁଝରରୁ ଜିଲ୍ଲାରୁ ୨ଜଣ ଓ ମୟୁରଭଞ୍ଜ, ମାଲକାନଗିରି ଓ ନୂଆପଡାରୁ ଜଣେ ଲେଖାଁଏ ଆକ୍ରାନ୍ତଙ୍କର ଜୀବନ ଯାଇଛି। ଏହାକୁ ମିଶାଇ ରାଜ୍ୟରେ ସମୁଦାୟ ମୃତ୍ୟୁ ସଂଖ୍ୟା ୧୭୬୦କୁ ବୃଦ୍ଧି ପାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.