ଆଜି ରାଜ୍ଯରେ ୩୭୭୭ କରୋନା ପଜିଟିଭ୍ ଚିହ୍ନଟ: ଖୋର୍ଦ୍ଧାରୁ ୮୧୫ ଆକ୍ରାନ୍ତ, ଗଲା ୧୧ଜଣଙ୍କ ଜୀବନ

ଭୁବନେଶ୍ବର: ଆଜି ରାଜ୍ଯରେ ୩୭୭୭ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରୁ କ୍ବାରେଣ୍ଟାଇନରୁ ୨୧୯୧ ଏବଂ ଲୋକାଲ୍ କେସରୁ ୧୫୮୬ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ଯରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ଯା ୧,୪୬,୮୯୪ରେ ପହଁଚିଛି। ଏମାନଙ୍କ ୧,୧୨,୦୬୨ ସୁସ୍ଥ ହୋଇ ସାରିଥିବା ବେଳେ, ବିଭିନ୍ନ କୋଭିଡ୍ ହସ୍ପିଟାଲରେ ୩୪,୧୬୩ ଜଣ ଚିକିତ୍ସିତ ହେଉଛନ୍ତି । ତେବେ ଖୋର୍ଦ୍ଧା ଜିଲ୍ଲାରୁ ୮୧୫ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ସେହିପରି ଅନୁଗୁଳରୁ ୧୧୫, ବାଲେଶ୍ବରରୁ ୧୨୭, ବରଗଡରୁ ୧୩୯, ଭଦ୍ରକରୁ ୬୭, ବଲାଙ୍ଗିରରୁ ୫୧, ବୌଦ୍ଧରୁ ୨୬, କଟକରୁ ୩୬୮, ଦେଓଗଡ ୧୪,ଢେଙ୍କାନାଳରୁ ୬୭, ଗଜପତିରୁ ୧୩, ଗଞ୍ଜାମରୁ ୫୮, ଜଗତସିଂହପୁରରୁ ୧୦୦, ଯାଜପୁରରୁ ୧୩୩, ଝାରସୁଗୁଡା ୭୦, କଳାହାଣ୍ଡିରୁ ୭୦, କନ୍ଧମାଳରୁ ୪୯, କେନ୍ଦ୍ରାପଡାରୁ ୧୪୮, କେନ୍ଦୁଝରରୁ ୭୮, କୋରାପୁଟରୁ ୯୮, ମାଲକାନଗିରିରୁ ୨୬, ମୟୁରଭଞ୍ଜରୁ ୫୮, ନବରଙ୍ଗପୁରରୁ ୧୦୭, ନୟାଗଡରୁ ୭୧, ନୂଆପଡାରୁ ୭୩, ପୁରୀରୁ ୨୩୭, ରାୟଗଡାରୁ ୭୫, ସମ୍ବଲପୁରରୁ ୧୧୨, ସୋନପୁରରୁ ୭୨ ଏବଂ ସୁନ୍ଦରଗଡରୁ ୧୪୮ଜଣ , ଏହାସହ ଷ୍ଟେଟ୍ ପୁଲ୍ ରୁ ୧୯୨ଜଣ ଚିହ୍ନଟ ହୋଇଛନ୍ତି।

ସେହିପରି ଆଜି ରାଜ୍ୟରେ ଆଉ ୧୧ ଜଣଙ୍କ ଜୀବନ ନେଲା ମାରାତ୍ମକ କରୋନା ଭାଇରସ୍‌ । ଏମାନଙ୍କ ଭିତରୁ କଟକରୁ ୩, ଭୁବନେଶ୍ବରରୁ ୨ । ଏହାସହ ବଲାଙ୍ଗିର,ଯାଜପୁର,କନ୍ଧମାଳ,କେନ୍ଦୁଝର,ରାୟଗଡା ଏବଂ ନୟାଗଡରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୬୧୬ ମୃତ୍ୟୁକୁ ବୃଦ୍ଧି ପାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.