ରାଜ୍ଯରେ ଆଜି ୩୯୩ କରୋନା ପଜିଟିଭ୍ ଚିହ୍ନଟ, ଗଲା ୫ ଜଣଙ୍କ ଜୀବନ

ଭୁବନେଶ୍ବର: ରାଜ୍ଯରେ ଆଜି ୩୯୩ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ କ୍ବାରେଣ୍ଟାଇନ୍ ସେଣ୍ଟରରୁ ୨୨୮ , ଏବଂ ଲୋକାଲ୍ କେସରୁ ୧୬୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୨୩ହଜାର ୭୫୭କୁ ବୃଦ୍ଧି ପାଇଛି। ସେହିପରି ସୁସ୍ଥ ହେଲେଣି ପାଖାପାଖି ୩ ଲକ୍ଷ ୧୮ ହଜାର ୬୨୩। ଆକ୍ଟିଭ କେସ୍‌ ରହିଛି ୩ ହଜାର ୨୧୪।

ଅନ୍ଯପଟେ, ୨୪ ଘଣ୍ଟାରେ ରାଜ୍ୟରେ ଆଉ ୫ ଜଣ କରୋନା ଆକ୍ରାନ୍ତଙ୍କର ଜୀବନ ଯାଇଛି। ଏମାନଙ୍କ ଭିତରୁ ମୟୁରଭଞ୍ଜରୁ ଦୁଇ ଜଣଙ୍କର ଜୀବନ ଯାଇଥିବାବେଳେ, ଭୁବନେଶ୍ୱର, ଖୋର୍ଦ୍ଧା ଏବଂ ସୁନ୍ଦରଗଡରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ଜୀବନ ନେଇଛି କରୋନା। ଏହାକୁ ମିଶାଇ ରାଜ୍ୟରେ ସମୁଦାୟ ମୃତ୍ୟୁ ସଂଖ୍ୟା ୧୮୦୭କୁ ବୃଦ୍ଧି ପାଇଛି ।

Leave A Reply

Your email address will not be published.