ବଢୁଛି ସଂକ୍ରମଣ ଗଡୁଛି ମୁଣ୍ଡ : ଆଜି ଆଉ ୪ ପରେ ରାଜ୍ଯରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ହେଲା ୮୩

ଭୁବନେଶ୍ବର : ରାଜ୍ୟରେ କରୋନା ନେଲା ଆଉ ୪ ଜୀବନ । ଏହାକୁ ମିଶାଇ ମୋଟ କରୋନା ମୃତ୍ୟୁସଂଖ୍ୟା ୮୩ରେ ପହଞ୍ଚିଲା । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଗଞ୍ଜାମରୁ ୨ ଜଣ, ଅନୁଗୁଳ ଓ ଗଜପତିରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।

ତେବେ ଗଞ୍ଜାମରେ କରୋନା ମୃତ୍ୟୁସଂଖ୍ୟା ୫୦ ଛୁଇଁଥିବାବେଳେ ଅନୁଗୁଳ ଓ ଗଜପତିରେ ମୃତ୍ୟୁସଂଖ୍ୟା ୨କୁ ବୃଦ୍ଧି ପାଇଛି। ଏହାସହ ଅନ୍ଯ ୨ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ତେବେ ଅନ୍ଯ କାରଣ ବଶତଃ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଇଛି ।

-ମୃତକଙ୍କ ଭିତରେ ଅନୁଗୁଳରୁ ଜଣେ ୬୬ ବର୍ଷିୟ ପୁରୁଷ ଅଛନ୍ତି । ଯିଏକି କରୋନାରେ ସଂକ୍ରମିତ ଥିବାସହ Neuroendocrine Tumor ରୋଗରେ ପୀଡିତ ଥିଲେ ।

-ଗଞ୍ଜାମ ଜିଲ୍ଲାର ଜଣେ ୫୭ ବର୍ଷିୟ ପୁରୁଷ କରୋନାରେ ସଂକ୍ରମିତ ହୋଇ ମୃତ୍ଯୁବରଣ କରିଛନ୍ତି । ସେ ଡାଇବେଟିସ୍ ରେ ପୀଡିତ ଥିଲା ।

-ଗଜପତି ଜିଲ୍ଲାର ଜଣେ ୫୬ ବର୍ଷିୟ ପୁରୁଷ କରୋନାରେ ପ୍ରାଣ ହରାଇଛନ୍ତି । ସେ ଡାଇବେଟିସ୍ ସହିତ ହାର୍ଟ ସମ୍ବନ୍ଧୀୟ ରୋଗରେ ପୀଡିତ ଥିଲେ ।

-ଗଞ୍ଜାମ ଜିଲ୍ଲାର ଜଣେ ୬୦ ବର୍ଷିୟ ପୁରୁଷ କରୋନାରେ ସଂକ୍ରମିତ ହୋଇ ମୃତ୍ଯୁବରଣ କରିଛନ୍ତି । ସେ Chronic Kidney ରୋଗରେ ପୀଡିତ ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.